STORYMIRROR

Banabihari Mishra

Others

4  

Banabihari Mishra

Others

ଓଠର ମଉନ ଭାଷା

ଓଠର ମଉନ ଭାଷା

1 min
394

ମିଛିମିଛିକା ମୁଁ ଭଲ ପାଉଥିଲି

ମିଛ ପ୍ରେମର ମୁଁ ନାଟକ କଲି।

ଅଜବ କଥା ଏ ହେଇଗଲା ଏବେ

ସତରେ ତୋତେ ମୁଁ ଭଲପାଇଲି।।


ଯାଦୁ ଥିଲା ତୋର ମଉନ ଭାଷାରେ

ଆଉ କଥାକୁହା ଦୁଇ ଆଖିରେ।

କିଭଳି କହିଲୁ କୋଉ ଭାଷାରେ ତୁ

ଗାର ଟାଣିଦେଲା ମୋ ହୃଦୟରେ।।


ତୋ ମନ ଗହନ ଗୋପନ କଥାକୁ

କେମିତି କହୁ ତୁ ଓଠ ନ ଖୋଲି।

ଜାଣିନି କେମିତି ତୋ ନୀରବ ଭାଷା

ସତକୁ ସତ ମୁଁ ପଢ଼ି ପାରିଲି।।


ଦୂରରେ ଥିଲେ ବି କି କିମିଆଁ ଜାଣୁ

ତୋ କଥା ସବୁ ମୁଁ ଜାଣି ପାରୁଛି।

ଏବେ ମୁଁ ଭଲରେ ଜାଣି ସାରିଲିଣି

ସତସତିକା ମୁଁ ଭଲପାଉଛି।।


ଏବେ ଯେତେ ତୋତେ ଭଲ ମୁଁ ପାଉଛି

କିଟିମିଟିଆ ତୁ ଲାଗୁଛୁ ଭାରି।

ଯୋଉ କଥା ତୋର ଭଲ ଲାଗୁଥିଲା

ସେ କଥାଗୁଡାକ ବାଧୁଛି ଭାରି।।


ଆଗରୁ ତୁ କଥା କହୁ ନଥିଲେ ବି

ତୋ ମନର ଭାଷା ମୁଁ ବୁଝୁଥିଲି।

ଏବେ ସେ ଭାଷାକୁ ପଢିବା କଳାଟା

ସତରେ କେମିତି ପାଶୋରିଦେଲି।।


ପଢେଇଦେ ଥରେ ସେ ପୁରୁଣା ପାଠ

ଆଉ ଭୁଲିବିନି ସେ ପାଠ କେବେ।

ପୁଣିଥରେ ତୋର ଆଖିର ଭାଷାକୁ

ଭଲକରି ପଢ଼ି ପାରିବି ତେବେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍