Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କୃଷ୍ଣ ପ୍ରିୟା ମହାପାତ୍ର

Others

3  

କୃଷ୍ଣ ପ୍ରିୟା ମହାପାତ୍ର

Others

ଓଁ ଗଣପତୟେ ନମୋନମଃ

ଓଁ ଗଣପତୟେ ନମୋନମଃ

1 min
198


ଓଁ ଗଣପତୟେ ନମୋ ନମଃ 

ମଙ୍ଗଳ ମୂର୍ତ୍ତି ନମୋ ନମଃ 

ଗଜାନନ ହେ ଗୌରୀନନ୍ଦନ

ଗଣନାଥ ହେ ନମୋ ନମଃ 

ଅଗ୍ରପୂଜ୍ୟ, ହେ ଅଙ୍କୁଶ ଧାରୀ

ଅଗ୍ନି ସ୍ୱରୂପ ନମୋ ନମଃ ।

ରୌଦ୍ରରୂପୀ ହେ ରକ୍ତନୟନ

ରୂପ ଅନୁପମ ନମୋ ନମଃ 

ଭୟନାଶନ, ଭୁଜଙ୍ଗଧାରୀ

ଭକ୍ତ ବନ୍ଦନ ନମୋ ନମଃ ।

ବକ୍ରତୁଣ୍ଡ ହେ, ବିଦ୍ୟାଦାନୀ

ବର ପ୍ରଦାୟକ ନମୋ ନମଃ ।

ସିଦ୍ଧିବୁଦ୍ଧି ସ୍ୱାମୀ,ଶଙ୍କର ପ୍ରିୟ

ସମ୍ପଦଦାନୀ ହେ ନମୋ ନମଃ

ସର୍ବଦର୍ଶୀ ହେ ସୌମ୍ୟକାନ୍ତ

ସର୍ବଜ୍ଞାତା ହେ ନମୋ ନମଃ ।

ସ୍କନ୍ଦ ଅନୁଜ ହେ ଶୁଭ୍ର ଶାନ୍ତ

ସଙ୍କଟ ହାରି ନମୋ ନମଃ

ସ୍ୱସ୍ତିକ ଚିହ୍ନ ହେ ଶୁଭଦର୍ଶନ

ମୂଷିକବାହାନ ନମୋ ନମଃ

ଯଶସ୍କର ହେ ଯଶୋଧନ ହେ

ଜୟ ଗଣେଶ ନମୋ ନମଃ ।

ଜୟ ଜୟ ଗଣେଶ ନମୋ ନମଃ।



Rate this content
Log in