STORYMIRROR

Samita Swain

Others

3  

Samita Swain

Others

ଓଡିଶାର ଦୁଇଟି ସୃଷ୍ଟି ସମ୍ଭାର

ଓଡିଶାର ଦୁଇଟି ସୃଷ୍ଟି ସମ୍ଭାର

1 min
294

ଓଡିଶାର ସାରସ୍ୱତ ରଚନାରେ

    ଦୁଇଟି ସୃଷ୍ଟି ସମ୍ଭାର

ସଂସ୍କୃତ ରଚିତ ଗୀତ ଗୋବିନ୍ଦ ସେ

   ଭାଗବତ ଓଡିଆ ର।।


ଲୋକପ୍ରିୟତାର ସର୍ବୋଚ୍ଚ ସୀମାକୁ 

    ଅତିକ୍ରମ ସେ କରିଛି 

ପ୍ରତି ଓଡିଆଙ୍କ ପ୍ରାଣର ସ୍ପନ୍ଦନ

    ପ୍ରମାଣ ତାହା ହୋଇଛି।।


ଭାଗବତ ଗ୍ରନ୍ଥ ଭାଷା ତା ସରଳ 

   ଛନ୍ଦଟି ଅତି ମଧୁର

ପରିବେଷଣରେ ଭାବଗର୍ଭକ ସେ

  ଧର୍ମୀୟ ଚେତନା ସାର।।


ସାଧାରଣ ଲୋକେ ବୁଝି ଯେ' ପାରିବେ

   ଭାଗବତ ରସାମୃତ

ଓଡିଆମାନଙ୍କ ହୃଦୟେ ସ୍ପନ୍ଦିତ

  ଘରେ ଘରେ ପରିଚିତ ।।


ଭାଗବତ ଭରା ଗୋବିନ୍ଦ ରସକୁ

  ଭକତ ଯେ ପାନକରି 

ଅଭିନୟ ସାରି ଏ ଭବ ସାଗରୁ

  ମୁକ୍ତି ପାଇ ଯା'ନ୍ତି ତରି।।


ଜୟଦେବଙ୍କର ଗୀତଗୋବିନ୍ଦ ସେ

    ସରସ ସୁନ୍ଦର ଅତି 

ସରଳ, ଲଳିତ, ରସପୂର୍ଣ୍ଣ, ଭରା

    ସଫଳ ସେ କାବ୍ୟଗୀତି।।


ରାଧାକୃଷ୍ଣ ଙ୍କର ପ୍ରେମର କାହାଣୀ 

   ଅମଳିନ ସେ ସ୍ୱାକ୍ଷର 

ଭକ୍ତି ଭାବ ରସେ ରାସଲୀଳା ମଧ୍ୟେ 

   ଆଗମନ ବସନ୍ତର।।


ଗୀତରେ ଗୀତରେ ଗୀତ ଗୋବିନ୍ଦ ସେ

    ପଦୁ ଝରେ ମକରନ୍ଦ 

ଭକ୍ତି ରସିକତା ଭରି ରହିଥାଏ 

   ପଢିଲେ ଲାଗେ ଆନନ୍ଦ ।।


ଧୀର ସମୀରଣ ସଞ୍ଚରଣ ହୁଏ 

   କୋକିଳ ପଞ୍ଚମ ସ୍ୱନ

ଗୋବିନ୍ଦ ସହିତ ପ୍ରେୟସୀ ରାଧିକା 

    ଥିଲେ ପରା କୁଞ୍ଜବନ।।


ସେ ରାଧାମାଧବ ସେ ମଧୁସୂଦନ 

  ଗୀତିମୟ ରଚନାରେ 

ଜୟଦେବ ପରା ବାଖ୍ୟା କରିଦେଲେ

   ରାସକେଳି ପ୍ରସଙ୍ଗରେ।।


ଓଡିଆ ଙ୍କର ସେ ଆରାଧ୍ୟ ଦେବତା 

   ପ୍ରଭୁ ଜଗନ୍ନାଥଙ୍କ ର

ଅତି ପ୍ରିୟ ଅଟେ ସେ ଗୀତଗୋବିନ୍ଦ 

   ପ୍ରତୀକ ତ କରୁଣାର।।


ଭାଗବତ ହେଉ କି' ଗୀତଗୋବିନ୍ଦ

   ଲୀଳା ରାଧାମାଧବର

ସ୍ୱର୍ଗୀୟ ପ୍ରେମର ଭକ୍ତି ପ୍ରୀତି ତାଙ୍କ

   ସୁନ୍ଦର ସୃଷ୍ଟି ସମ୍ଭାର।।


   ଜୟ ଶ୍ରୀ ରାଧାମାଧବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍