ଓଡ଼ିଶା
ଓଡ଼ିଶା
ମୋ ଓଡ଼ିଶା ଭାରି ବଢିଆ
ମୋ ଭାଷା ଭାରି ଲଢ଼ୁଆ
ସୁନେଲି ସୂର୍ଯ୍ୟ କିରଣେ
ଶାନ୍ତ ସକାଳ ର ଆରମ୍ଭ
ଶେଷ ହୋଇଯାଏ ରାତି ଚନ୍ଦ୍ର ଆଲୋକେ
ସଂଜ ବତୀ ରେ ସନ୍ଧ୍ୟା ର ଆଗମନ
ଶିହରଣ ହୋଇଉଠେ ତନ ଓ ମନ
ଆକର୍ଷିତ ହୁଅଇ ଜନ
ଦେଖି ମନଲୋଭା ସୌନ୍ଦର୍ଯ୍ୟ ର ବିଭା
ମୁଁ ଓଡ଼ିଆ ବୋଲି କରେ ଗର୍ବିତ
ପାଞ୍ଜି ଦେଖାଠୁ ଆରମ୍ଭ କରି
ପରବ ପର୍ବାଣୀ ମତୁଆଲ କରିଥାଏ ମନ
ଅମାନିଆ ମନ ଖାଲି ଚାହେଁ ତା
ଓଡ଼ିଆ ମାଟି ରେ ରହିଅଛି ବାସ୍ନା
ପୂର୍ଣ୍ଣମୀ,ଅମାବାସ୍ୟା ,ତିଥି ର ରହିଛି
ମର୍ଯ୍ୟାଦା
ଧାନ କଟା ର ଦୃଶ୍ୟ ଠାରୁ
ଅ କ୍ଷି ମୁଠି ର ସ୍ୱତନ୍ତ୍ରତା
ପଖାଳ ,ବଡ଼ିଚୁରା,ଶାଗ ଭଜା ର ମଜା
ଜାଣିଛି ଯିଏ ,କହିଛି ସିଏ
ଗୁରୁବାର ର ଝୋଟି ଓ, ଚିତା
ଆମ ସଂସ୍କୃତି,ସଂସ୍କାର,ପରମ୍ପରା ଭାରି ନିଆରା
ଆମ ର ଜାତି ଓଡ଼ିଶା ଜାତି
ଆମରି ମାଟି ଓଡ଼ିଶା ମାଟି
ଇତିହାସରେ ରହିଛି ଚିହ୍ନ
ଅନେକ ବୀର ଗାଥା।
ଅନେକ ସ୍ତୁପ, ରହିଛି ସ୍ମୃତି ହୋଇ
ଏ ଇ ମାଟି ରେ ରହିଛି ଅନେକ କଥା
ଭାବିଲେ ଇଛା ହୁଏ ହେବାକୁ ବିରାଙ୍ଗନା
ବୀର ଦର୍ପ ର ସହ ଲଢ଼ି
ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ ହେବ ଯୁଗ ଯୁଗ ପାଇଁ
କହିଲେ ତା ସରିବ ନାହିଁ
ଓଡ଼ିଶା ର ଗାଥା
ସେ ଆମ ପରିଚୟ
ଆମେ ଅଟୁ ତର ସନ୍ତାନ
ତା କାହାଣୀ ବିନା ଜୀବନ ଅଥୟ ।।