Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସନାତନ ଦାସ

Others

3  

ସନାତନ ଦାସ

Others

ଓଡିଆ ନବ ବର୍ଷ

ଓଡିଆ ନବ ବର୍ଷ

1 min
258


ଅରୁଣ ଉଦୟେ ପ୍ରାତଃ ଗଗନେ ବିଛାଡି କିରଣ ମାଳା,

ନବ ବରଷର ପହିଲି ପୁଲକେ ପବିତ୍ର ଏ ସୁଧାଂଶୁ ବାଳା..!!


ବୈଶାଖମାସର ପ୍ରଥମ ଦିନ ଗ୍ରୀଷ୍ମର ପ୍ରଥମ ପରଶ,

ଓଡ଼ିଆ ବର୍ଷର ଅୟଂ ଆରମ୍ଭ ମନରେ ଭରି ହରଷ..!!


ଆମ ପରମ୍ପରା ଅଟଇ ମହାନ୍ ସବୁଠୁ ସୁନ୍ଦର ଲାଗେ,

ପାଶ୍ଚାତ୍ୟ ପରମ୍ପରା ଆଜି ଏଠି ଫିକା ଲାଗେ ତା ଆଗେ..!!


ଛତୁଆ , ପଣାର ସ୍ଵାଦିଷ୍ଟ ଭୋଗ ଲାଗିଥାଏ ଚଉରା ମୂଳେ,

ବଂଶୁଧରା ଘଡି ଶୋଭା ପାଉଥାଏ

ଗବ ଗଛର ଡ଼ାଳେ..!!


ମନ ପବିତ୍ର ହୋଇଯାଏ ଆମ ଅବଢା ପାଣିର ପରଶେ,

 ଅମୃତ ବିନ୍ଦୁରେ ନୂତନ ଜୀବନ ମନ ମଜିଯାଏ ସରସେ.!!


 ଆଜିର ଏହି ପବିତ୍ର ଦିନରେ ସଭିଙ୍କୁ ମୋ ଅଭିନନ୍ଦନ,

ଜୟ ଜଗନ୍ନାଥ ତୁଣ୍ଡେ ଧରି ଆସ ଆରମ୍ଭିବା ଆଜି ଦିନ...!!


ଏତିକି ପ୍ରାର୍ଥନା ପ୍ରଭୁଙ୍କ ପୟରେ ଦୂର ହେଉ ସବୁ ଦୁଃଖ,

ଆଶିଷ ତାଙ୍କର ଅଜାଡ଼ି ଦିଅନ୍ତୁ ଭରିଦେଇ ସବୁ ସୁଖ...!!


Rate this content
Log in