STORYMIRROR

Pramod kumar Biswal

Others

3  

Pramod kumar Biswal

Others

ଓଡିଆ କବିତା - ତୁମେ ନୁହେଁ ମୋର

ଓଡିଆ କବିତା - ତୁମେ ନୁହେଁ ମୋର

1 min
446

  

  

ବେଳେ ବେଳେ ଇଛାହୁଏ କାଶତଣ୍ଡୀ ଶରତେ ନଈ କୂଳେ ବସି ବାଣ୍ଟୁଥିବା ସୁଖ ଦୁଃଖ ତୁମେ ମୁଁ ମିଶି,

ସବୁଦିନ ଇଛାହୁଏ ତୁମରି ପାଖରେ ବଞ୍ଚି ବଞ୍ଚି ମରିବାକୁ ଚାହେଁ ଗାଁ ମଶାଣିରେ।

ବାସ୍ତବତା ସହ ଦିନେ ପରିଚିତ ହେଲି ତୁମେ ଏକ ମରିଚିକା ଜିଣିଯେ ପାଇଲି,

ତୁମେ ମୋ ସଂପର୍କ ଅବାସ୍ତବ ବୋଲି ମନକଥା ମନେ ରଖି ବଞ୍ଚିବି ଭାବିଲି।

ବେଳେ ବେଳେ ଇଛାହୁଏ ମୋ ସ୍ବପ୍ନ ଥୋଇ ତମପାଦତଳେ ତୁମ ସହଉଡିବାକୁ ଆକାଶ ବାଦଲେ,

ତୁମ ସ୍ବପ୍ନରଖି ମୋର ଆଖିର ପଲକେ ପୁରାକରିଥାନ୍ତି ତାକୁ ସମୟ ଝଲକେ।

କେତେ ଇଛା କେତେ ସ୍ବପ୍ନ ମୋର ଆଖିରେ ପୁରାକରିଥାନ୍ତି ତୁମରି ସାଥିରେ,

ବାସ୍ତବତା ସହ ଦିନେ ପରିଚିତ ହେଲି ଭଗବାନ ଗଢିଛନ୍ତି ତମକୁ ସତ ତୁମେ ମୋପାଇଁ ନୁହେଁ ଏହା ସତଯେ ଭାବିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍