ନ୍ୟାୟ ପକ୍ଷେ ଠିଆ ହୁଅ ସଦା
ନ୍ୟାୟ ପକ୍ଷେ ଠିଆ ହୁଅ ସଦା
ସତ୍ୟ ପକ୍ଷେ ଠିଆ ହୁଅ ପର୍ବତ ଆକାରେ
ନ୍ୟାୟ ପକ୍ଷେ ଠିଆ ହୁଅ ନିର୍ଭୀକ ପ୍ରକାରେ।
ନ୍ୟାୟ ପକ୍ଷେ ପଛ ନୁହଁ କେବେ ଜୀବନେରେ
ଠିଆ ହୁଅ ସଦା ସେଠି ଚଟାଣ ପ୍ରକାରେ।
ଆସୁ ପଛେ ଦାଧା ବିଘ୍ନ ନ୍ୟାୟର ପକ୍ଷରେ
ବିଚଳିତ ନୁହଁ କେବେ ଜୀବନ ଯାତ୍ରାରେ।
ମନୁଷ୍ୟ ଜୀବନ ଅଟେ ନ୍ୟାୟର ପକ୍ଷରେ
ଠିଆ ହୋଇ ଥିବି ସଦା ଧରଣୀ ପ୍ରକାରେ।
ଅନ୍ୟାୟରେ ଠିଆ ହେବା ନୁହେଁଟି କର୍ତ୍ତବ୍ୟ
ସତ୍ୟ ପକ୍ଷେ ଠିଆ ହେବା ମନୁଷ୍ୟ କର୍ତ୍ତବ୍ୟ।
ଅନ୍ୟାୟ ଦମନ ଅଟେ ମନୁଷ୍ୟ କର୍ତ୍ତବ୍ୟ
ଏହି କଥା କହିଛନ୍ତି ପ୍ରଭୁ ଜଗନ୍ନାଥ।
ଦୁର୍ଲ୍ଲଭ ଜୀବନ ଦେଇଛନ୍ତି ଜଗନ୍ନାଥ
କି କରି ପାରିବ ହେଲେ ସେହୁ ବଳବନ୍ତ।
ନିଃସ୍ୱାର୍ଥ ହୋଇଣ ନିତ୍ୟେ କର୍ମ ହିଁ କରିବା
ଅନ୍ୟାୟ ଅତ୍ୟାଚାରକୁ ଦମନ କରିବା।
ଦୁର୍ଲ୍ଲଭ ଜୀବନ ପ୍ରଭୁ ଦେଇଛନ୍ତି ମରେ
ନ୍ୟାୟ ପକ୍ଷେ ଠିଆ ହୁଅ ଦୁର୍ଲ୍ଲଭ ଶରୀରେ।
ମନୁଷ୍ୟ ଧର୍ମ ହିଁ ଅଟେ ଜୀବନ ପଥରେ
ସତ୍ୟମାର୍ଗ ହେଉ ନିତ୍ୟେ ମନୁଷ୍ୟ କର୍ମରେ।
ପ୍ରେମ ଭକ୍ତି ଶ୍ରଦ୍ଧା ଦେଇ ପ୍ରଭୁଙ୍କ ଚରଣ
କର୍ତ୍ତବ୍ୟ ହିଁ ନିତ୍ୟେ ହେଉ ପ୍ରଭୁଙ୍କ ଚରଣ।
ପ୍ରଭୁ ଭକ୍ତି ବଳେ ନିତ୍ୟେ ସଫଳ ହୋଇବା
ମନୁଷ୍ୟ କର୍ତ୍ତବ୍ୟ ଆମ୍ଭେ ପୂରଣ କରିବା।
ସତ୍ୟ ପକ୍ଷେ ଠିଆ ହୁଅ ପର୍ବତ ଆକରେ
ନ୍ୟାୟ ପକ୍ଷେ ଠିଆ ହୁଅ ନିର୍ଭୀକ ପ୍ରକାରେ।
