STORYMIRROR

Bijaya kumar panda

Others

3  

Bijaya kumar panda

Others

ନୂଆଖାଇ ଜୁହାର

ନୂଆଖାଇ ଜୁହାର

1 min
275

ନୂଆଖାଇରେ ନୂଆଖାଇରେ

    ଟିକେ ପଶ୍ଚିମ ଓଡ଼ିଶାକୁ ଅନା

ଚଷା କୁଳ ମନ ହୁଏ ଛନ ଛନ

   ତା'ର ଭରି ଉଠିବ ଖଜାନା।


ପହିଲି ପରଶ ମାଆର ଆଶିଷ

   ତାକୁ ଏବେ ବି ଭୁଲି ନାହିଁ

ସଜବାଜ ହୋଇ ନିତି କାନ୍ତି କରି

   ଭୋଗ ମାଆଙ୍କୁ ଦିଏ ବଢ଼େଇ।


ନାଚଗୀତ ଥେଇ ଥେଇ

    ମାଦଳ ବାଜେ ଧେଇ ଧେଇ

ଭେଦଭାବ ଭୁଲି ସବୁ ଏକା ପରି

     ରାଗ ରୋଷ ଯାଉ ଭୁଲି।


ଆଶୀର୍ବାଦ ନେଇ ଗୁରୁଜନ ଠାରୁ

    ସାନଙ୍କୁ ଦେଉ ଆମେ ଆଦର

ଅନ୍ନ ଭରପୁର ପ୍ରତି ଘରେ ଘରେ

    ଆରେ ଦୁଃଖ ଚାଲିଯିବ ଧରାର।


ପିଲା ଠାରୁ ବୁଢ଼ା ବାହୁଡ଼ି ଆସନ୍ତି

    ସାଂସ୍କୃତିକ ପରମ୍ପରା ବିଭବ

ଦୁଃଖ ସୁଖ ଭୁଲି ମହା ଆନନ୍ଦରେ

     ପାଳି ଥାଉ ଏହି ପରବ।


ପିଠାପଣା ସାଥେ ନବ ବସ୍ତ୍ର ପିନ୍ଧି

   କୁଣିଆଙ୍କୁ ଦେଉ ନିମନ୍ତ୍ରଣ 

ଗାଁ ଦାଣ୍ଡରେ ଭାରି ଭିଡ଼

     ପୁରି ଉଠେ ଆମ ଘର


କେତେ କିଣା ବିକା ଲିପାପୋଛା କରି

     ଜାତି ଜନଜାତି ଐତିହ୍ୟ ଗଡ଼େ

ସାଂସ୍କୃତିକ ପରମ୍ପରା ଯେ ଆମରି

     ଏକତାର ବଳେ ବାନ୍ଧି ସେ ରଖେ।


ଯବାନ କିଷାନ ଦୁଇଜଣ ଯାକ

    ଦେଶ ପାଇଁ ବଳିଦାନ ଦିଅନ୍ତି

ମାଆ ସମ୍ବଲାଇ ସହାୟ ହୁଅନ୍ତୁ

    ଏତୋ ନୂଆଖାଇର ଜୁହାର।

।।ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ ଉପରେ ଏହି କବିତାଟି।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍