ନୂଆ ସକାଳ
ନୂଆ ସକାଳ
1 min
504
ସମୟ ଚକରେ ଘୁରୁଥାଏ ମୁଁ
ବହୁଦୂରେ ଛାଡି ସ୍ମୃତିମାନଙ୍କୁ
ଆଜି ଯିଏ ନିଜର
କାଲି ସିଏ ହୁଏ ପର
ଅଜଣା ଅଚିହ୍ନା ପୁଣି ଯୋଡିହେବେ
ଛିଡିଯିବେ କେତେ ଅକସ୍ମାତ ।
ବିଧିର ଏ ତ ନିଷ୍ଟୁର ବିଧାନ
ସହିବାକୁ ପଡେ ଖରା ବର୍ଷା ଶୀତ କାକର
ରାତି ଅଛି ଯଦି ସକାଳର
ଆଶାଟିଏ ନିଶ୍ଚୟ ଅଛି
ସେହି ପୁଞ୍ଜି ଟିକକ ପାଇଁ ତ୍ ଲୋଭ
ସଭିଙ୍କୁ କରିଥାଏ ସଦା ଅଭିଭୂତ ।
କେହି କେବେ ଦେଖିନି
ତାର ଭାଗ୍ୟ ଭବିଷ୍ୟତ
ବାଟବଣା ପଥିକ ସାଜି
ଘୁରିବୁଲୁଛି ଏ କୋଣରୁ ସେ କୋଣ
କୁହୁଡିରେ ପହଁରି ପହଁରି
ହାଲିଆ ହେଲେ ବି ଦୁଃଖ ନାହିଁ ମନେ ।
ନୂଆ ସକାଳର ମୁଁହ ଦେଖିବାକୁ
ରାତି ସହ ଭୀଷଣ ଯୁଦ୍ଧ ଚାଲେ
ନିରବତାର ଧାରୁଆ ଅସ୍ତ୍ରେ
ସ୍ଵର୍ଗର ପାରିଜାତ ଫୁଲ ତୋଳିବାକୁ
ମୃତ ସ୍ଵପ୍ନମାନଙ୍କୁ ସଂଜୀବନୀ ମନ୍ତ୍ର ଦେଇ
ଉଠାଇବାକୁ ପଡେ କାଳେ ଏ ଜୀବନେ ।
