STORYMIRROR

Sunanda Mohanty

Others

3  

Sunanda Mohanty

Others

ନନ୍ଦବଳା

ନନ୍ଦବଳା

1 min
20


ସତରେ କାହ୍ନା 

କିଏ ତୁମକୁ ଜନ୍ମ ଦେଲା 

କିଏ ତୁମ ମାତା ହେଲା 

ପରିଚୟ ନନ୍ଦଲାଲା 

ସୃଷ୍ଟିରେ ସଭିଙ୍କୁ ଜନ୍ମ ଦେଲାବାଲା 

କେତେ କୂଟ କପଟ ଜାଣ ଭଲା 

ଏକ ମାଆର ତ୍ୟାଗ 

ଆଉ ଏକ ମାଆର ଭାଗ୍ୟ 

ଅଶ୍ରୁରେ ଭିଜୁଥାଏ କିଏ ମାଳା 

ତୁମରି ଖେଳର ନିଆରା ପିଆଲା 

କଳା ସିନା ଦେଖାଯାଅ କାହ୍ନୁ 

କାମ ତ ଉଜ୍ଜ୍ୱଳା ସୁଫଳା 

ଏ ଧରଣୀ କୋଳରେ ଆସି 

ବଂଶୀରେ ମୋହ କଲାବାଲା 

ଦୁଇ ମାଆ ଆଖିରେ ଲୁହ ଶୁଖିଗଲା 

ଯେବେ ଦୁହେଁ ମଧୁର ଓ ମାଧୁରୀ 

ମୂର୍ଚ୍ଛନାରେ ମୂର୍ଚ୍ଛା ଯାଇ 

ଏଵେ ବି ମୁଣ୍ଡ କଚାଡି 

କହନ୍ତି ପୁତ୍ର ଆମ କୋଉଠି ରହିଲା 

ହେଲେ ଧୂଳି ମଳି ଲାଗିବାର ନାହିଁ 

ସେ ତ ନିଜେ ସବୁ କରି କରାଇଲାବାଲା.


Rate this content
Log in