Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Others

2  

Jyotiranjan Sahu

Others

ନନ୍ଦ ରାଜା ପୁଅ

ନନ୍ଦ ରାଜା ପୁଅ

1 min
177


ତୋ ରୂପରେ ରଙ୍ଗରେ ଅଛି କିରେ ଯାଦୁ

ସେ ଯାଦୁ ରେ ମୋହିଲୁ ଯୁବତୀଙ୍କୁ ସବୁ ॥


ତୋ ବଇଁଶୀ ସ୍ବନ ରେ ଅଛି କି କୁହୁକ

ସେଥିରେ ମୋହିଲୁ ଗୋପପୁର ଯାକ ॥


ତୋ ତ୍ରିଭଙ୍ଗୀ ଠାଣି ରେ ବାୟାଣୀ ତୁ କରୁ

କେବେ ଯୋଶଦା ରାଧିକା ଗୋପି ଜନେ ସବୁ ॥


ତୋ ମାୟାବୀ ହସରେ ଅଛି କି ମୋହନୀ

ସେ ମାୟାରେ ତୋତେ କିଏ ଚିହ୍ନି ପାରିଲେନି ॥


ସବୁଠୁ ଅବୁଝା ଅଟେ ତୋର ଇଚ୍ଛା

ଧର୍ମ ନାମେ କରୁକ୍ଷେତ୍ରେ ରକ୍ତ କଲୁ ବର୍ଷା ॥


ତାଠାରୁ ନିଆଁରା ଥିଲା ତୋର ବାଣୀ

ସେଥିରେ ଉଦ୍ଧାରିଲୁ ପାଣ୍ଡବଙ୍କୁ ପୁଣି ॥


ଗୋପ ଗାଁ ନନ୍ଦ ରାଜା ଯୋଶଦା ର ପୁଅ

ତୋତେ ପାଇ ଯୋଶଦାର କେତେ ଭାଗ୍ୟ କହ॥


ତୋ ପ୍ରେମରେ ପଡିଛି ଏ ସଂସାର ଯାକ

ଏଠି ସଭିଏଁ ନାରୀ ଏକା ତୁ ପରା ପୁରୁଷ ॥


ଜ୍ୟୋତିରଞନ ସାହୁ


Rate this content
Log in