Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ନମସ୍ତେ ମା' କାଳରାତ୍ରି

ନମସ୍ତେ ମା' କାଳରାତ୍ରି

1 min
202


ନମସ୍ତେ ମା' କାଳରାତ୍ରି କରାଳ ଵଦନୀ

ଉନ୍ମୁକ୍ତ କୁନ୍ତଳେ ମାତେ ବିପୁଳ ଦଶନୀ l


ମହାଦେବୀ ମହାମାୟୀ ଋଗ୍ବେଦ ବର୍ଣ୍ଣିତା

ଶକ୍ତିମୟୀ ରାତ୍ରୀରୂପେ ଶକ୍ତି ପରମାତ୍ମା ।


ଘୋର ତିମିରରେ କରୁ ଏ ବିଶ୍ୱ ବିଲୟ

ଅଜ୍ଞାନ ତିମିର ନାଶୁ ଦାନେ ବରାଭୟ l


ନିଦ୍ରାରୂପେ ସର୍ବପ୍ରାଣୀ ମଧ୍ୟେ ବିରାଜିତା

ଯୋଗନିଦ୍ରାକାଳେ ତୁହି ଶ୍ରୀବିଷ୍ଣୁ ଭଜିତା l


କାଳି କାଳି ମହାକାଳୀ ନୃମୁଣ୍ଡ ମାଳିନୀ

ମନ୍ଦାରମାଳିନୀ ମାତ ବିଶ୍ୱ ସଂହାରିଣୀ l


ଚତୁର୍ଭୁଜା ମାଆ ଖଣ୍ଡା, ଖର୍ପର ଧାରିଣୀ

ଜଗତ ଜନନୀ ପାପୀ ଭୟ ସଞ୍ଚାରିଣୀ l


କୃଷ୍ଣା ଶ୍ୟାମା କୃଷ୍ଣବର୍ଣ୍ଣି କୃଷ୍ଣ କାଳରାତ୍ରୀ

ଜଗତ ଆଧାର ମହା ଶକ୍ତି ଜଗଦ୍ଧାତ୍ରୀ l


ତୋର ଶକ୍ତି ବିନେ ଶବପ୍ରାୟ ସଦାଶିବ

ବିଶ୍ୱ ପର୍ଯ୍ୟଟନ ତୋର ବାହନ ଗର୍ଦ୍ଦଭ l


ବିପୁଳ ଜଘନୀ ମାତ ଜଗତ କଲ୍ୟାଣୀ

କିଳିକିଳାନାଦେ କମ୍ପେ ସମଗ୍ର ଅବନୀ l


ମହା ଶକ୍ତି, ପରା ଶକ୍ତି ଜଗତେ ବନ୍ଦିତା

ପ୍ରିୟପୁଷ୍ପ ତୋର ମାତ କୃଷ୍ଣାପରାଜିତା l


ଶୁଭଙ୍କରୀ ସର୍ବ ଦୁଃଖ ହର ମା' ଜନନୀ

ନମସ୍ତସୈ,ନମସ୍ତସୈ ନମଃ ନାରାୟଣୀ l

               


Rate this content
Log in