ନମୋ ନମୋ ଗଣପତି
ନମୋ ନମୋ ଗଣପତି
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
8
ନମୋ ନମୋ ଗଣପତି ଗଉରୀ ନନ୍ଦନ,
ଅଗ୍ରପୂଜ୍ୟ ବିଦ୍ୟାଦାତା ବିଘ୍ନ ବିନାଶନ | (ଘୋଷା )
ଏକଦନ୍ତ ଗଜମୁଖ ଜ୍ଞାନ ବୁଦ୍ଧିଦାତା,
ମଥାରେ ସିନ୍ଦୂର ପୁଣି କାନ୍ଧରେ ପଇତା |
ସୁନ୍ଦର ମୂରତି ପ୍ରଭୁ ମୂଷିକ ବାହାନ |
ନମୋ ନମୋ ଗଣପତି ଗଉରୀ ନନ୍ଦନ |(1)
ଦୁଷ୍ଟପାଇଁ କାଳଫାଶ ହାତରେ ଅଙ୍କୁଶ,
ସର୍ବ-ଶକ୍ତିମାନ ବୁଦ୍ଧିବଳେ କରବଶ |
ପାପ-ତାପ କ୍ରୋଧ ମୋର କରନ୍ତୁ ଦଳନ |
ନମୋ ନମୋ ଗଣପତି ଗଉରୀ ନନ୍ଦନ |(2)
ମୁହିଁ ଜଣେ ଅବୋଧ ଅଜ୍ଞାନ ଶକ୍ତିହୀନ,
ମୋର ବିଘ୍ନ ନାଶି ପ୍ରଭୁ କର ଜ୍ଞାନଦାନ |
ତୁମ୍ଭ ଶ୍ରୀଚରଣେ ମୁହିଁ ପଶୁଛି ଶରଣ |
ନମୋ ନମୋ ଗଣପତି ଗଉରୀ ନନ୍ଦନ |(3)