STORYMIRROR

Padmalaya Mishra

Others

2  

Padmalaya Mishra

Others

ନମଃ ଶିବାୟ

ନମଃ ଶିବାୟ

1 min
14K


ନମଃ ଶିବାୟ

ପଞ୍ଚାକ୍ଷରୀ ମନ୍ତ୍ରେ ଆଜି

ପ୍ରକମ୍ପିତ ଗଗନ ପବନ

ବାବା ହେ ଭୋଳାନାଥ

ସ୍ଵୀକାର କର ଆବାହନ ।

ରାତି ଉଜାଗର

ରହି ଜାଳିବେ ପ୍ରଦୀପ

ଭକ୍ତଗଣ ମନ୍ଦିର ବେଢାରେ

ମହାଦୀପ ଦର୍ଶନେ

ଲଭିବେ ତୃପ୍ତି ଜାଗରରେ ।

ତୁମ କୃପାବଳେ

ପ୍ରଭୁ ଆନନ୍ଦ ଲହରୀ

ଖେଳିବ ଏଇ ଧରାଧାମରେ

ଦୂର ହେବ ଦୁର୍ଦ୍ଦଶା

ରହିବେ ସବୁ ଆନନ୍ଦରେ ।।


ପଦ୍ମାଳୟା


Rate this content
Log in