ନମଃ ଗଜାନନ
ନମଃ ଗଜାନନ
1 min
21
ନମଃ ଗଜାନନ ଗଜବଦନ ବିନାୟକ
ପାର୍ବତୀ ପୁତ୍ର ସର୍ବ ସୁଖଦାୟକ
ହେ ବିଘ୍ନେଶ ବିଦ୍ୟା ବୁଦ୍ଧିଦାତା ମଙ୍ଗଳକର୍ତ୍ତା
ତୁମେ ହିଁ ପ୍ରଭୂ ଦୁଃଖ ହର୍ତ୍ତା
ସର୍ବାଙ୍ଗ ସୁନ୍ଦର ତବ ବଦନ ହେ ବିଘ୍ନେଶ୍ୱର
ହୀରା ମୋତି ମଣିକରେ ସଜିତ ତୁମ ଶରୀର
ମୂଷିକ ବାହନରେ ତୁମେ ବିରାଜକର
ଆହେ ପ୍ରଭୂ ତୁମେ ପ୍ରିୟ ପୁତ୍ର ହର ପାର୍ବତୀଙ୍କର
ମୋଦକ ଅତି ପ୍ରିୟ ଯେ ତୁମର, ଆହେ ପ୍ରଭୂ
ପ୍ରଥମ ପୂଜ୍ୟ ଦେବ ବିଘ୍ନେଶ୍ୱର
ଯୋଡି ହସ୍ତେ କରେ ମୁଁ ବାରମ୍ବାର ତୁମକୁ ନମସ୍କାର
