ନମଃ ଗଜାନନ
ନମଃ ଗଜାନନ




ନମଃ ଗଜାନନ ଗଜବଦନ ବିନାୟକ
ପାର୍ବତୀ ପୁତ୍ର ସର୍ବ ସୁଖଦାୟକ
ହେ ବିଘ୍ନେଶ ବିଦ୍ୟା ବୁଦ୍ଧିଦାତା ମଙ୍ଗଳକର୍ତ୍ତା
ତୁମେ ହିଁ ପ୍ରଭୂ ଦୁଃଖ ହର୍ତ୍ତା
ସର୍ବାଙ୍ଗ ସୁନ୍ଦର ତବ ବଦନ ହେ ବିଘ୍ନେଶ୍ୱର
ହୀରା ମୋତି ମଣିକରେ ସଜିତ ତୁମ ଶରୀର
ମୂଷିକ ବାହନରେ ତୁମେ ବିରାଜକର
ଆହେ ପ୍ରଭୂ ତୁମେ ପ୍ରିୟ ପୁତ୍ର ହର ପାର୍ବତୀଙ୍କର
ମୋଦକ ଅତି ପ୍ରିୟ ଯେ ତୁମର, ଆହେ ପ୍ରଭୂ
ପ୍ରଥମ ପୂଜ୍ୟ ଦେବ ବିଘ୍ନେଶ୍ୱର
ଯୋଡି ହସ୍ତେ କରେ ମୁଁ ବାରମ୍ବାର ତୁମକୁ ନମସ୍କାର