STORYMIRROR

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

ନକଲି ଗୁରୁ

ନକଲି ଗୁରୁ

1 min
157

ବିମୁଗ୍ଧ ବିମୁଗ୍ଧ ସାହିତ୍ୟ ସଭାରେ

ବୋବାଳି ଛାଡ଼ନ୍ତି ଗଧ

ଦଳିଆ ଗୁରୁଙ୍କ ବଢ଼ିଆ ଚେଲାଟି

ଗୁରୁଙ୍କୁ ମାନନ୍ତି ବୁଧ !


ଗୁରୁଙ୍କ ଚାହାଣି ମାୟାର କାହାଣୀ

ଗୁରୁ ଯେ ଈଶ୍ବର ଛାପ

ଯାହାବି କହିଲେ ଆମ୍ବକୁ ଆମ୍ବଡ଼ା

ଅପୂର୍ବ ଲାଗୁଛି ରୂପ !


ରଜନୀ ସଜନୀ ଗୁରୁଙ୍କ ପ୍ରକୃତି

ମାୟାର ବନ୍ଧନ ପଣ

ବିଚିତ୍ର ସାହିତ୍ୟ ଉଦ୍ଧାର ହେବନି

ନଥିଲେ ବିଶେଷ ଗୁଣ !


ମନକୁ ଗୁରୁଜୀ ସଂସ୍କୃତ ବିଦ୍ବାନ

କେବଳ ପ୍ରଚାର କରି

ଭାବନ୍ତି ସହଜେ ଖ୍ୟାତିର ବାନାକୁ

ଉଡ଼ାଣ ରଖିବେ ଜାରି !


ମସୁଧା ଏମିତି ମାନକୁ ଗୋଟିଆ

ନିର୍ଲଜ ବାନ୍ଦର ମୁଖ

ବିଧର୍ମୀ ଟାଣିକି ଧର୍ମର ସଉଦା

ମଣନ୍ତି ନିଜର ସୁଖ !


ଅଭଦ୍ର ପହିଜ ଭଲକି ଚିହ୍ନିଥା

ଦୂରେଇ ରହିବ ଆଗ

ସାହିତ୍ୟ ସାଧନା ବ୍ୟାହତକାରୀଙ୍କୁ

ମନରେ ରଖୁଥା ରାଗ !



Rate this content
Log in