STORYMIRROR

banaja nandini mishra

Others

4  

banaja nandini mishra

Others

ନିୟତି

ନିୟତି

2 mins
777


ମୁଁ ନିୟତି

ମୁଁ ସବୁରି ପୁଣି ନୁହେଁ କାହାରି

ପାପିକୁ ଦଣ୍ଡ ଦିଏ ତପିକୁ ମୁକ୍ତି

ମୋତେ ଛାଡି କେହି ପାଇଛି କି ଶାନ୍ତି  ।


ମୁଁ ନିୟତି

ଅଙ୍ଗଦକୁ ଦେଇଥିଲି ପ୍ରତିଶୃତି

ଜାରା ଶବର ହୋଇ ମୋ ବଧ କରିବୁ

ବାଳୀଙ୍କ ବଧର ପ୍ରତିଶୋଧ ନେବୁ

ମୁଁ ନିୟମରେ ବନ୍ଧା ହୋଇ ବି ନିୟତି.


ମୁଁ ନିୟତି

ପାଞ୍ଚାଳୀଙ୍କୁ ଦେଲି ପ୍ରତିଶୃତି

ଖଣ୍ଡିଏ ଚିରାପଣତର ଋଣ ଶୁଝିବାକୁ

ସହସ୍ର ବସ୍ତ୍ର ଦେଇ

ଲଜ୍ଜ୍ୟା ଦେଲି ଢାଙ୍କି ।


ମୁଁ ନିୟତି

ନନ୍ଦ ପୃଷ୍ଟିଙ୍କୁ ଦେଇଥିଲି ପ୍ରତିଶୃତି

ନିଃସ୍ୱାର୍ଥ ଶିକ୍ଷା ଦାନ ପାଇଁ

ବିଶ୍ୱରେ ବନ୍ଦିତ ପୁରସ୍କୃତ ପରେ

ଦେଇଦେବି ମୁକ୍ତି ।


ମୁଁ ନିୟତି

ରିକ୍ସା ଚାଳକ ବୁଢା ସାମଲକୁ

ଦେଇଥିଲି ପ୍ରତିଶୃତି

ବ୍ୟସ୍ତ ହେବୁନି

ତୋ ନିଃସ୍ୱାର୍ଥ ସେବା ପାଇଁ

ତୋତେ ମିଳିଯିବ

କୋଟି କୋଟି ଟଙ୍କାର ସମ୍ପତି।


ମୁଁ ନିୟତି

ଦେଇଥିଲି ପ୍ରତିଶୃତି 

ରେ ଶ୍ରବଣ

କେବେ ଛୋଟ କରିବୁନି ମନ

ତୋର ନିର୍ଲୋଭତା ପାଇଁ

ଅନେକ ପ୍ରଶଂସା ପାଇବୁ

ତୁମରି ମାନଙ୍କ ପାଇଁ ତ

ମୋ ସୃଷ୍ଟି ଚାଲୁଅଛି ।


ମୁଁ ନିୟତି

ନିତି କେତେ ଘଟଣା ଦେଖଉଛି

ପଶୁ ପକ୍ଷୀଙ୍କ ହୃଦୟ ଦୟାରେ ପୂର୍ଣ୍ଣ

ହୃଦୟ ବିହୀନ ଏ ମଣିଷ

ଆଜି ପଶୁଠୁଁ ବି ହୀନ ।


ମୁଁ ନିୟତି

ମୋ ନିଜ ମାତାପିତାଙ୍କୁ ବି

କ୍ଷମା ଦେଇନାହିଁ

ପିତା ଦଶରଥ ମାତା ମୋ କୈକେଇ

ବନ୍ଦୀ ଜୀବନ କାଟିଲେ

ଦେବକୀ ବସୁଦେବ ହୋଇ ।


ମୁଁ ନିୟତି

ଦେଇଥାଏ ସଜା ନିଏ ନାହିଁ ମଜା

ସର୍ପକୁ କଣ୍ଟାରେ ଶୁଆଇ

ଶହେ ଏକ ବର୍ଷ ପରେ ମଧ୍ୟ

ପିତାମହ ଭୀଷ୍ମ କଷ୍ଟ ଭୋଗିଲେ 

ପାଇ ଶର ଶଯ୍ୟା ।


ମୁଁ ନିୟତି

ମୋ ପାଇଁ କର୍ଣ୍ଣ ଯାହା ତାହାବି ଅର୍ଜୁନ 

ଏଗାର ଫୁଟ ହେଉ କି ଏଗାର ଶହ

ସାତ ହେଉ କି ସାତଶହ ଜନ୍ମ

କଷଟି ପଥରେ କଷିବି 

କର୍ମ ଫଳ ଭୋଗାଇବି

ବାରବାର ଦେଇ ପୁନର୍ଜନ୍ମ ।


ମୁଁ ନିୟତି

ଆଶୀର୍ବାଦ ଦେଇଛି

ନିଜେ ଅଭିଶାପ ପାଇଛି

ବ୍ରାହ୍ମଣ ଗୋଇଠା ଛାତିରେ ସହିଛି

ମଧ୍ୟସ୍ତତା କରି ଅପମାନ ପାଇଛି

ମାଗୁଣି ଗ୍ରହଣ କରୁଛି

ଅଳି ଶୁଣୁଛି କେବେ ଗାଳି ଶୁଣୁଛି

ଗଧର ପାଦ ବି ଧରିଛି

ଅଭିମାନକୁ ସାଦରେ ଗ୍ରହଣ କରିଛି

ନିନ୍ଦା ଅପବାଦ ପାଇଛି

ଅସ୍ତ୍ର ଧରିବିନି ପ୍ରତିଶୃତି ଦେଇ

ମହାଯୁଦ୍ଧ ବି ରଚିଛି।


ମୁଁ ନିୟତି

ମାନବ ଅବତାର ନେଇଛି

ବନବାସ ଭୋଗିଛି

ଶିଆଳିଲତା ତଳେ ଶୋଇଛି

ନିୟତି ହୋଇ ବି

ଜନ୍ମନେଇ ଦେହ ତ୍ୟାଗ କରିଛି

କଳ୍କୀ ଅବତାରୀ ହୋଇ

ପାତାଳୀ ହୋଇଛି

ମୁଁ ନିୟତି ସବୁ କଷ୍ଟ ସହି ବି

କେବଳ ହସିଛି ଆଉ ହସିଛି ।


ମୁଁ ନିୟତି

ଦେଉଅଛି ପ୍ରତିଶୃତି

କର୍ତ୍ତବ୍ୟକୁ ଭୁଲିବୁନି

କରୁଥିବୁ ନିତି ନିତି ।


ମୁଁ ତୋ ମନ କଥା ବୁଝି ପାରୁଛି

ଏଠି ରୂପ ଧନ କ୍ଷମତାର

ଚାଲୁଛି ରାଜୁତି

କାହାର ଅଭୟ ଛତ୍ରଛାୟା ତଳେ 

କିଏ ଜୀବନକୁ ଉପଭୋଗ କରୁଛି

 ଅନ୍ୟର କଥା ଆଉ କାମର ଚାପରେ

କିଏ ଜୀବନ ହାରୁଛି।


କିଏ ଠକି ଖାଉଛି

କିଏ ଲୁଟି ଚାଲିଛି 

କିଛି ବୃଥା ଯିବ ନାହିଁ

ମୁଁ ତୋର ନିର୍ଭୟ ନିରାପଦ

ଆଉ ଶ୍ରେଷ୍ଠ ଆଶ୍ରୟ

ଏକଥା ପାଶୋରିବୁ ନାହିଁ।


ମୁଁ ସବୁ ସହିପାରେ କିନ୍ତୁ

ଅନ୍ୟାୟ ଅନ୍ତରପାତରକୁ ନୁହେଁ

ସ୍ଵାର୍ଥୀଙ୍କୁ ସହଯୋଗ କରି

ଆପଣାର ଭାବୁଥିବା ଆତ୍ମୀୟଙ୍କ

ସ୍ୱାର୍ଥର ଶିକାର ହେଉଥିବା ମଣିଷ

କେତେ ଯେ କଷ୍ଟ ଭୋଗିବ

ଯନ୍ତ୍ରଣାରେ ଛଟପଟ ହେବ

ତୋ ଆଖିରେ ଦେଖିବୁ

ଯେବେ ନିୟତି ପରମାୟୁ ଦେଇଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍