STORYMIRROR

Dr Rashmita Panigrahi

Others

2  

Dr Rashmita Panigrahi

Others

ନିତ୍ୟ ସୁଖ

ନିତ୍ୟ ସୁଖ

1 min
86

ନିତ୍ୟ ସୁଖ 

ଏଠି ସକାଳର ହସ 

ସଞ୍ଜକୁ ନ ମିଳେ 

ପ୍ରତି ମୁହୂର୍ତ୍ତରେ 

ଶବ୍ଦ ବଦଳେ, 

ତଥାପି କାହିଁକି 

ଚାଲିଛି ଏ ଖେଳ 

କା'ପାଖରେ ନାହିଁ 

କା'ପାଇଁ ବେଳ !

 ସେଇ ଏକା ଲୋକ 

 ଧରି ନାନା ରୂପ 

 ଜlଣତେ ଅଜାଣତେ 

 କରୁଥାଏ କେତେ ପାପ !

କେବେ ମିଳି ଯାଏ

ତାକୁ ଅନେକ ଖୁସି 

କେବେ ପୁଣି ଦୁଃଖସାଗରେ 

ଯାଏ ସେ ଭାସି !

କେବେ ଯନ୍ତ୍ରଣା ରେ

 କଲିଜା ତା' ଥରିଯାଏ 

ବଞ୍ଚିବାର ସବୁ ଇଚ୍ଛା 

ଅବେଳରେ ମରିଯାଏ, 

କିଏ ବସିଛି ବାହାରେ 

ପୁଣ୍ୟର ପସରା ମେଲେଇ, 

ଭିତରେ ପାପର ରଙ୍ଗେ 

ନିଜକୁ ଭିଜେଇ, 

ଏଇ ଯେ ଦୁନିଆ 

ଖାଲି ମିଛ ଅଭିନୟ ଭଲା, 

ଜୀବନ ସରିଲେ 

ଯାତ୍ରା ବି ସରିଗଲା !

ତେବେ ଏତିକି କିମ୍ପାଇ

ବୁଝୁନ ଗଲା, 

ନିତ୍ୟ ସୁଖ ସନ୍ଧାନର 

ସୁଯୋଗ କି ଆଉ 

ମିଳିବ ଭଲl !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍