ନିସ୍ତବ୍ଧ ରାତି
ନିସ୍ତବ୍ଧ ରାତି
1 min
298
ନିସ୍ତବ୍ଧ ରାତିର ଏ ଶାନ୍ତ ପ୍ରହରରେ
ନିଛାଟିଆ ଅଙ୍କା ବଙ୍କା ସାହିତ୍ୟର ରାସ୍ତାରେ
ଶବ୍ଦମାନଙ୍କ କୋଳାହଳ
ମୋ ଶାନ୍ତ ଭିତରଟାକୁ ଅଶାନ୍ତ କରିପକାଉଛି
ସତେ କି ନୀରବ ସମୁଦ୍ରରେ
ତରଙ୍ଗର ଢେଉଁ ଗୁଡିକ କୂଳକୁ ଆସିବାକୁ ଚେଷ୍ଟା କରୁଛନ୍ତି
ଆଉ କହୁଛନ୍ତି ଶବ୍ଦର ଢେଉଁଗୁଡିକୁ ନେଇ
ରଚିପକା ଗୋଟେ ସୁନାମୀର ତାଣ୍ଡବ
ଆଉ ସାହିତ୍ୟର ସମୁଦ୍ରରେ ସୃଷ୍ଟିକରି ଦେ ଗୋଟେ ଚହଲ
ଆଉ ସାକାର କରିପକା ଏ ନିସ୍ତବ୍ଧ ରାତ୍ରିକୁ ।।