ନିଷ୍ଠୁର ପ୍ରେମିକ
ନିଷ୍ଠୁର ପ୍ରେମିକ
ତୁମେ ଆସିଲ ମୋ ଜୀବନ ଧରାକୁ
ପବିତ୍ର ସତ୍ୟଯୁଗ ସାଜି,
ସତ୍ୟ, ପ୍ରୀତି,ସୁଖ,ଶାନ୍ତି ଏ ସଭିଁଙ୍କୁ
ଆଣିଲ କରିଦେଇ ରାଜି ।
ତୁମ ଶରୀର ମୋତେ କଲା ପାଗଳ
ବୈଦେହୀଙ୍କୁ ସୁନା ହରିଣୀ ପରି,
ତୁମ ସୌନ୍ଦର୍ଯ୍ୟରେ ହେଲି ମୁଁ ଆବଦ୍ଧ
ଚକ୍ରବ୍ୟୁହରେ ଅଭିମନ୍ୟୁ ପରି ।
ତୁମ କଥାରେ ତୁମକୁ ନିଜର କଲି
ଶକଟାରଙ୍କୁ ଚାଣକ୍ୟଙ୍କ କଥା ପରି,
ତୁମ ପ୍ରେମେ ତୁମକୁ ଦେଲି ହୃଦୟ
ଦ୍ରୋଣଙ୍କୁ ଏକଲବ୍ୟଙ୍କ ଆଙ୍ଗୁଳି ପରି ।
ତା ପରେ ତୁମେ ମୋ ଠାରୁ ଗଲ ଦୂରେଇ
ଯୋଶଦାଙ୍କ କୋଳୁ କହ୍ନେଇଙ୍କ ପରି,
ମୁଁ ତୁମକୁ ଦିନରାତି ଝୁରୁଥିଲି
ଶ୍ରୀରାମଙ୍କୁ ଅଯୋଧ୍ୟା ନଗରୀ ପରି ।
ବହୁତ ଦିନ ପରେ ତୁମେ ଆସିଲ
ଭୀମସେନଙ୍କ ମିଥ୍ୟା ମୃତ୍ୟୁ ପରି,
ଆସି କି ମୋତେ ପରୀକ୍ଷା କଲ
ବୈଦେହୀଙ୍କୁ ଅଗ୍ନି ପରୀକ୍ଷା ପରି ।
ବିନା ଦୋଷେ ମୋତେ ଅପମାନିତ କଲ
କୁରୁସଭାରେ ଦ୍ରୌପଦୀଙ୍କ ପରି,
ତୁମେ ମୋ ଠାରୁ ସବୁକିଛି ନେଇଗଲ
ଶ୍ରୀକ୍ଷେତ୍ରୁ ଅଷ୍ଟବେତାଳଙ୍କ ପରି ।
ଶେଷେ ମୋତେ ବହୁ ଦୁଃଖ କଷ୍ଟ ଦେଲ
ସୀତାମାତାଙ୍କୁ ଦଶାନନ ପରି,
ଅନ୍ତିମେ ମୋ ପ୍ରାଣକୁ ବିନାଶ କଲ
ନିର୍ମମ ଭାବରେ ଭୀଷ୍ମଙ୍କ ପରି,
ଚକ୍ରାନ୍ତେ ବେଲାଳସେନଙ୍କ ପରି ।
ଛି! ବନରେ ମୁଁ ଏକାଥିଲି
ହସ,ଖୁସି, ଆନନ୍ଦେ ମଜି,
ରାଜନଅରେ ଫୁଟିବି ବୋଲି
ତୁମ କଥାରେ ହେଲି ମୁଁ ରାଜି,
ତୁମେ ମୋତେ ରାଜ ନଅରେ ଫୁଟାଇବ କ'ଣ
ତୁମେ ମୋ ଠାରୁ ନେଲ ମୋ ରଙ୍ଗ,ବାସ
ଚଇତାଳି ସାଜି ମୋତେ କଲ ନାଶ
ହେ ନିଷ୍ଠୁର ମଣିଷ
ହେ ନିଷ୍ଠୁର ପ୍ରେମିକ ।।