STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ନିଷ୍ଠୁର ନିଃସଙ୍ଗତା

ନିଷ୍ଠୁର ନିଃସଙ୍ଗତା

1 min
13.8K



କିଏ ଜାଣେ

କେଉଁ ଦିନ

ଫଗୁଣ ଆସିବ,

ଦିନଗୁଡା ସଜଫୁଟା

ଗୋଲାପର ବାସ୍ନାରେ

ମହ ମହ ବାସିବ ।

ଆକାଶରୁ ଝରଝର

ଝରିଯିବ

ଚନ୍ଦନ ର ନିର୍ଝର,

ମନ ତଳେ ବହିଯିବ

ଅଟଳ ଓ ସୁଦୀର୍ଘ

ବିଶ୍ୱାସର ଗଭୀର

ସାଗର ।

ଚମକି ଉଠିବ

ସବୁଜ ବନାନୀ

ଶସାଗରାଧରା ,

ପ୍ରୀତି ର ଛନ୍ଦରେ

ମମତାର ବନ୍ଧନ ରେ

ଲେଖା ହେବ

ନୂଆ ଇତିହାସ ,

କୁଳୁକୁଳୁ ସୁରେ

ପ୍ରବାହିତ ହେବ

ମଧୁର ସ୍ନେହର

ମନ୍ଦାକିନୀ ଧାରା ।

ଝଲସିବ ଝଲମଲ

ଶ୍ରାବଣ ଆକାଶ ,

ହଟିଯିବ କଳାମେଘ

ଧସେଇ ପଶିବ

ନିର୍ମଳ ଶରତ

ନିଗିଡି ପଡିବ

ଅମୃତର ଧାର

ଆଉ ଖିଲି ଖିଲି

ନିଷ୍କପଟ ହସ ।

ଅନ୍ତର୍ଦାହର ଯେତେ

ଆଲୋଡନ ,

ବକ୍ର ଗତିପଥ

ଯେତେ ଅଭେଦ୍ଯ

ଦୁର୍ଗମ ଗିରି

ଯେତେ ନୀରବତା

ନିଃସଙ୍ଗତାର ନିଷ୍ଠୁର

ପାଦଚିହ୍ନ

ପୁଷ୍ପିତ ହେବ

କୋଳାହଳର

ମଧୁର ସମ୍ମୋହନେ,

ସୁବାସିତ ହେବ

ଛାତି ତଳେ

ଲୁଚିଥିବା

ଜୀଇଁବା ର

ଛୋଟ ଅନୁରାଗ

ମୋ ଶୁନ୍ଯ ସ୍ପନ୍ଦନ ।

-----------

ଶରତ କୁମାର ଦାସ

ଅଧ୍ୟାପକ,ରାଜନୀତି ବିଜ୍ଞାନ ବିଭାଗ

ବଡବିଲ ମହାବିଦ୍ୟାଳୟ,ବଡବିଲ।

ଜି-କେନ୍ଦୁଝର-୭୫୮୦୩୫

ଦୂରଭାଷ-୯୪୩୮୨୪୩୧୪୯


Rate this content
Log in