STORYMIRROR

SUKANTA KHANDA

Others

4  

SUKANTA KHANDA

Others

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
288


ତୁମେ କୁଆଡେ଼ ଯାଉଛ

ଯେଉଁଆଡେ଼ ଗଲେ ତ ନିଷିଦ୍ଧ ଇଲାକା

ତଥାପି କାହିଁକି

ସବୁ ଜାଣିବା ପରେ ବି...?


ଦେଖ ! 

ଓମିକ୍ରନ୍ ବିସ୍ତାରିଛି ଜାଲ

ହାବୁଡ଼ରେ ପଡି଼ଲେ ଅବଶ୍ଯ କାବୁ କରି ନେବ 

ତା' ଲହଲହ ଜିହ୍ବାରେ ଚାଟି଼ବ।


ଏହା ନିଷିଦ୍ଧ ଇଲାକା

ଯିବା ହିଁ ବିପଦ।


ହସିଦେଇ କହିଲା ମୋର ତ ପାଇବାର ଅଛି

ଆଉ ଯିବାକୁ ହିଁ ହେବ

ନଦୀକୁ ମନା କଲେ କଣ ମାନେ?

ନା ପବନ ଭଲମନ୍ଦ ବୁଝି ଲୁଚି ରହିଯାଏ?


ମୋର ଯିବାର ଆବଶ୍ଯକତା ଅଛି

ଗୋଟେ ସତ୍ଯର ମଙ୍ଗରେ

ଗୋଟେ ପ୍ରେମର ଫାଶରେ 

ଗୋଟେ ଭକ୍ତିର ପିପାସାରେ

ଆଉ ଅନନ୍ତ ଶକ୍ତିର କାମନା 

ଏ ହୃଦୟରେ ବସା ବାନ୍ଧିଅଛି।


ମୁଁ ବୁଝିଲି ତା' ଲକ୍ଷ୍ଯ ଓ ଉଦ୍ଦେଶ୍ଯକୁ

ଯିଏ ଯିବା ହିଁ ନିଶ୍ଚିନ୍ତ

ହେଉ ପଛେ ନିଷିଦ୍ଧ ଇଲାକା ଅବା

ଓମିକ୍ରନର ଜାଲ ବିସ୍ତାରିବା।


ତାକୁ ଛାଡି଼ଦେଲି ରାସ୍ତା

ଯାହା ଆସିବାକୁ ଥିଲା ରୁଦ୍ଧଦ୍ବାର।


ହେ କାବ୍ଯର ନାୟିକା

ତୁମେ ଝଙ୍କୃତ ହୁଅ ଅହର୍ନିଶି

ଯେମିତି ସ୍ବଚ୍ଛ ଆଉ ଶୁଭ୍ର ସୂର୍ଯ୍ଯଙ୍କ ଆଲୋକ

ବହଳ ଦିକିଦିକି ଆଉ କିଟକିଟ୍ ଅନ୍ଧାର।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍