ନିଷେଧ ପୁସ୍ତକ
ନିଷେଧ ପୁସ୍ତକ
1 min
153
ମୁଁ ତ ଅଶୁଭ ନିଷେଧ ପୁସ୍ତକ
କାହିଁକି ବା ପଢିବାକୁ ଚାହିଁବ ?
ପଡିରହିଚି ଚୁପ୍ ଚାପ୍ ,
ଜୀବନର ଗ୍ରନ୍ଥାଳୟ କୋଣରେ।
ଗ୍ରନ୍ଥାକାରର ଦାୟତ୍ବହୀନତା ଦେଖ,
ଧୂଳି ଜମିଗଲାଣି ତଥାପି ନଜର ଦଉନି ।
କଣ ପାଇଁ ଦବ , ମୁଁ ତାର କୌଣସି କାମକୁ ନୁହେଁ....
ମନରେ ଥିବା ଆଶାଟା ଲିଭୁନି,
ମିଞ୍ଜି ମିଞ୍ଜି ହେଇ ଜଳୁଚି ।
କାଳେ କେହି ଯାଯାବର ଟିଏ ଆସିବ,
ଅଟକି ଯିବ ମୋ ଅବସ୍ଥାକୁ ଦେଖି ।
ତା' ଓଠରେ ଫୁଙ୍କି ଜମିଥିବା ଧୂଳିକୁ ସଫା କରି,
ନିଷେଧ ପୁସ୍ତକଟିର କିଛି ପୃଷ୍ଠା ଓଲଟାଇବ ।
ଜାଣିନି ସେ ପଢିବ କି ନାହିଁ ମୋତେ.....
ମାତ୍ର ଏକ ପାଠକର ପ୍ରେମ ଭରା ସ୍ପର୍ଶଟିଏ ମିଳିବ ।
