STORYMIRROR

Bunee Tripathy

Others

4  

Bunee Tripathy

Others

ନିଶ୍ଚହ୍ନ

ନିଶ୍ଚହ୍ନ

1 min
351

କାହା ଉପରେ ରାଗି

ନବି ପ୍ରତିଶୋଧ

ନା ପାରିବିନି

ସମସ୍ତେ ତ ମୋର ଆପଣାର

ପ୍ରେମ ମୋତେ କଲା ପର

ସେଥିପାଇଁ କରିନିତ ପ୍ରତିବାଦ

ହୃଦୟ ଫର୍ଦ୍ଦରେ ଲେଖିଛି ତ ଥରେ

ରହିଥିବ ଚିର ଭାସ୍ବର

ଅଲିଭା କାଳିର ଅମ୍ଲାନ ଅକ୍ଷରେ

ଜଳୁଥିବ ନିରନ୍ତର।

ଗୋଲାପ ଅଭିମାନ କରି

ବସିଛି ଫୁଲେଇ ମୁହଁ

ଦୁଷ୍ଟ ଭ୍ରମରଟା ତାକୁ ଚୁମି

ଶୋଷିନେଲା ମହୁ

ତଥାପି ରାଗିନିତ କେବେ

କାହିଁକିନା ମନଟା ଝୁରୁଛି

ହଜୁଛି ପ୍ରେମର ବସ୍ନାରେ

ସେ ଆଜି ବିଭୋର

ହେଲେ

ଭ୍ରମରଟା ବେଇମାନ

ଚୁମିଚାଲେ ସଜଫୁଟା ଫୁଲକୁ

ନୀରବି ଯାଏ ଗୋଲାପ

କରେନି କଣ୍ଟାରେ ଆଘାତ

ପ୍ରେମକୁ ଦୁରେଇ ବଞ୍ଚିଛି

ଅଭିମାନ କରେ ନିଜକୁ

ପ୍ରତିଶୋଧ ନିଏ ନିଜଉପରେ।


ପ୍ରତିଶୋଧ ର ଅଗ୍ନିରେ

ମୁଁ ନିଜେ ଜଳିଯାଉଛି

ଅନ୍ଯକୁ କଷ୍ଟ ଦେବା ଆଗରୁ

ଝାମୁର ରଡନିଆଁରେ

ନିଜେ ମୁଁ ଚାଲୁଛି।

ଗୋଡ ଉପରକୁ ମୁଣ୍ଡ ତଳକୁ କରି

ମୁଁ ଆଘୋର ତପ ନେଇ

ପ୍ରାୟଶ୍ଚିତ କରୁଛି ମୋ ଭୁଲର,

ଠିକ୍ ପଥର ସନ୍ଧାନରେ

ମୁଁ ଅଣନିଶ୍ବାସି ସାଜି

କେବଳ ଧାଇଁ ଚାଲିଛି।

ନିଜେ ନିଜକୁ ନଚିହ୍ନି

ପ୍ରତିଶୋଧର ଅନଳରେ ଜଳି

ନିଜେ ହିଁ ନିଶ୍ଚିହ୍ନ ହୋଇଯିବ।

ପତିଶୋଧ ନୁହେଁ

ପଶ୍ଚତାପ କର

ଅନ୍ଯକୁ ଦୋଷୀ କରିବା ଆଗରୁ

ନିଜକୁ ଥରେ ପରଖି ନିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍