STORYMIRROR

Rosy Mishra

Others

3  

Rosy Mishra

Others

ନିଶାନ

ନିଶାନ

1 min
291


ଆଜି କାହିଁ ଲକ୍ଷଭ୍ରଷ୍ଟ ହୁଏ ମୋର ତୀର

ଶୂନ୍ୟ ହେଲା କିଆଁ ମୋର ଅକ୍ଷୟ ତ୍ରୁଣିର

ଜୀବନ ଯୁଦ୍ଧଭୂମିର ମୁଁ ବୀର ଧନୁର୍ଦ୍ଧର

ଆଜି କରେ ଅନୁଭବ ଅବଶ ଶରୀର ।


ବାର୍ଦ୍ଧକ୍ୟ ପ୍ରତିବନ୍ଧକ ସାଜିଛି କି ଆଉ

ହରାଇବ ଯୋଦ୍ଧା, ଯୁଦ୍ଧଏ ଅସ୍ତ୍ର ଥାଉଁ ଥାଉଁ

ମନେ ଦୁର୍ବଳତା ଭରି ବିହି ସାଧେ ଦାଉ

 କି ଅବା କାମିନୀ ମୋହେ ହାରେ ଚାହୁଁ ଚାହୁଁ 

 

ଅପାରଗ ବୋଲି କିଛି ନଥିଲା ମୋ ପାଶେ

ବିଜୟ ନିଶାନ ଖେଦିଥିଲା ଚଉଦିଶେ

ବୀର ପୁଂଗବ ମୁଁ ଅଟେ ପର୍ଶୁରାମ ଶିଷ୍ୟ

ନମାନିବି ହାର କେଭେଁ ,ହେଲେହେଁ ତନୁ ମୋ ଅବଶ ।


ନିଜକୁ ନିଜେ ପଚାରେ ୟା'ର ସମାଧାନ

କିପରି କରିବି ମୁଁହିଁ, ମୋ ଲକ୍ଷ୍ୟ ସାଧନ

ଏକାଗ୍ର କରିଲି ଆଣ୍ଟଏ ମନ,ଚଇତନ

ପେଷିଲି ମୁଁ ଶେଷ ତୀର ଭେଦିଲା ନିଶାଣ ।


Rate this content
Log in