ନିର୍ଯ୍ୟାତନା
ନିର୍ଯ୍ୟାତନା
ନିର୍ଯ୍ୟାତନାର ଏକ ଭିନ୍ନ ଦୃଷ୍ଟିକୋଣ
ଶଶାଙ୍କ ଶେଖର ରାୟ
ଅବଳା ଦୁର୍ବଳା ନିଜକୁ କହି
ହାତେ ଚୁଡି ମଥାରେ ସିନ୍ଦୁର ମାଖି
ଯୁଗଯୁଗ ଧରି
ଗୁଡେଇ ହୁଅ ପୁରୁଷର ଶକ୍ତଗଣ୍ଡିରେ ।
ଅଜଗର ଭଳି ଭିଡିମୋଡି
ଭାଙ୍ଗିଦିଅ ତାର ଅସ୍ଥିକଙ୍କାଳ
କାଗଜ ବାଘର ଭୟ ଦେଖାଇ
କ୍ରିତଦାସଟିଏ ସଜାଇଦିଅ ସଂସାରେ ।
ଯୌବନର ସୌଦାଗର ତୁମେ
ଲାଭଖୋର ବେପାରୀ ମନୋବୃତ୍ତି
ଭାଙ୍ଗିପାର ସବୁ ସଂପର୍କ
ମିଛ ଛଳନାର କାଚଘରେ ।
ସର୍ବଂସହା ଧରିତ୍ରୀ ନାରାୟଣୀ ବେଶେ
ସମ୍ମାନର ପରଦା ଆଢୁଆଳେ
ତୁମ ବାସ୍ତବତାର ଚିତ୍ର ପ୍ରକଟିତ
ଦଗ୍ଧିଭୂତ ମନେ ଆଜି କରେ ।
ଭ୍ରମ କାମନାର ସମୁଦ୍ରକୂଳେ
ନିଜ ଇଚ୍ଛାମାନଙ୍କୁ ସାଉଁଟି ସାଉଁଟି
ଧର୍ଷଣକୁ କରୁଥାଅ ଆଲିଙ୍ଗନ
ନାଲିଆ ହସ ଆଉ କଳା ଚାହାଁଣୀରେ ।
ପେଟ ଚିହ୍ନିପାରୁନି ମାତୃତ୍ଵ
ଝଡିଯିବା ଡରେ ଯୌବନ
ଅମୃତ ଝରାଉନି ଥନରୁ
ଶିଶୁ ପାଇଁ ସମୟ ନାହିଁ ତୁମ ପାଖରେ ।
ରକ୍ଷଣଶୀଳତାର ଓଢଣୀ କାଢି
ଇଣ୍ଟରନେଟ ଯୁଗେ ବୋଉ ହୋଇଯାଇଛି ମମି
ଜଳିଯାଉଛି କଅଁଳ ବର୍ତ୍ତମାନ
କ୍ରୁର ଆଧୁନିକତାର ନିଆଁରେ ।
ପୁରୁଷ ନୁହେଁ ଆଉ ଦେବତା
ଦେବୀ ନୁହଁ ତୁମେ
ସୀତା ପରି ରସା ଫଟାଇ ଚାଲିଯିବ
ନିଆଁରେ ପରଖିବ ସୁନାର ସତୀତ୍ଵ
ସମଭାବାପନ୍ନ ନିକିତୀରେ
କେହି କାହାଠାରୁ ଆଜି କମ ନୁହଁ
ଅନ୍ତର୍ଦାହ ଶରେ ପକ୍ଷାଘାତ ଭୀଷ୍ମ ପରି
ଇଚ୍ଛାମୃତ୍ୟୁକୁ କରିପାରେନି ସେ ଆମନ୍ତ୍ରଣ ।
ବୋଝେ ଜଞ୍ଜାଳକୁ ପିଠିରେ ଲଦି
ଏକାଏକା ଚାଲୁଛି ଅଣନିଶ୍ଵାସୀ ହୋଇ
ଆଦ୍ୟରୁ ଶେଷ ଯାଏଁ
କେବଳ ଗାଇଗାଇ ତୁମ ଗୁଣ କିର୍ତ୍ତନ
ସଭିଙ୍କ ଦୃଷ୍ଟିଆଢୁଆଳେ
କିନ୍ତୁ ରହିଯାଏ ସବୁଦିନ
ଗୋଟିଏ ପୁରୁଷର ନିର୍ଯ୍ୟାତିତ ମନ ।
ମୋ - ୭୩୭୭୧୯୭୯୯୯
ବଟରପଡା ରାଜକନିକା କେନ୍ଦ୍ରାପଡା