STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ନିର୍ମୋହୀ ଅହଲ୍ୟା

ନିର୍ମୋହୀ ଅହଲ୍ୟା

1 min
250

ନିସର୍ଗ ଶୋଭାଶିରୀ ସେ ପର୍ଣ୍ଣକୁଟୀରେ ,

ନିବେଶି ଥିଲି ମନ ସ୍ବର୍ଗୀୟ ତୃପ୍ତିରେ।

ନିୟମେ ଗୃହି ଧର୍ମ ପାଳନ ମୁଁ କରି,

ନିଶ୍ଚଳେ ରତ ଥାଏ ପତି ସେବା କରି।

ନିବିଡ ମମତ୍ୱବୋଧେ ବୋଧି ମୋସନ୍ତାନେ,

ନିମଜ୍ଜି ରହିଥିଲି ଘୋର ସେ ଅରଣ୍ୟେ।

ନିୟତି କ୍ରୁର ହେଲା ମୋ ଭାଗ୍ୟ ଆକାଶେ,

ନୀରନ୍ଧ୍ର ଅନ୍ଧକାର ଘୋଟିଲା ପ୍ରକାଶେ ।

ନିଷ୍ପାପ ଛଳହୀନା ମୁଁ ଯେ ସତୀସ୍ୱାଧୀ,

ନିଶାନ୍ତେ ହରିଲା ମୋତେ ବାସଵ ଲମ୍ପଟି।

ନିର୍ବୋଧ ଛଳ ତାର ବୁଝି ନପାରିଲି ,

ନିର୍ବିଘ୍ନେ ପତିଙ୍କରୁପ ଧରିଥିଲାବୋଲି ।

ନିର୍ଲିପ୍ତ ଗୌତମ ୠଷୀ ସେଯେ ମହାତପା,

ନିଶ୍ଚିନ୍ତହେଲେ କୁପିତେ ଜାଣି ସେ ମଘବା।

ନୀର ହସ୍ତେ ଧରି କ୍ରୋଧେ ଦ୍ରୁଢେଶ୍ରାପ୍ୟ ଦେଲେ,

ନିର୍ବୀର୍ଯ୍ୟ ଇନ୍ଦ୍ର ତୁ ଖିନ୍ନ ହୁଅ ତୋ ଶରୀରେ ।

ନିଷ୍ଠୁର ସ୍ୱାମୀ ମୋତେଦେଲେ ଅଭିଶାପ,

"ନିକ୍ଷିପ୍ତ ଶିଳା ହୁଅ," କଲି ମୁହିଁ ତ୍ୟାଗ।

ନୀଚ୍ଚକୁ ପତିତ ହୁଏ ଯେବେ,ବାରିବିନ୍ଦୁ,

ନିଏ କି ଫେରାଇ ତାକୁ ସେ ଚାତକବନ୍ଧୁ?

ନିର୍ଘାତେ ପାଦେପଡ଼ି କହିଲି ମୁଁ ଆର୍ଯ୍ୟ ,

ନିୟମେ ମୁଁ ପତିଵ୍ରତା ,ପତି ର ଆଶ୍ରିତ ।

ନିର୍ବେଦ ହେଲେ ସ୍ୱାମୀ,ଚିନ୍ତି ଅବଶେସ ,

ନିୟତି ଲେଖାଯାହା ଭୋଗେତ ମନୁଷ୍ୟ।

ନିରୁଢ଼ ସୂର୍ଯ୍ୟବଂଶୀପ୍ରଭୁ ରାମଚନ୍ଦ୍ର ,

ନିର୍ମଳଚନ୍ଦ୍ରପ୍ରାୟେ ହେବେ ପ୍ରକାଶିତ ।

ନିସ୍ତୀର୍ଣ୍ଣହୋଇବ ତାଙ୍କ ଚରଣ ସ୍ପର୍ଶରେ,

ନିଶ୍ଚିତ ଲଭିଵପୁନଃ ଶରୀର ହେପ୍ରିୟେ ।

 ନିର୍ନୀମେଷ ନୟନେ କେତେଯୁଗ ମୁଁବିତାଇ,

ନିର୍ମୋହୀ ପତିତା ପ୍ରାୟ ଥିଲି ପଥ ଚାହିଁ।

ନିର୍ବିକଳ୍ପ ନିରାକାର କ୍ଷମାର ସାଗର,

ନିରିମାଖିଅହଲ୍ୟା କୁ କଲେ ସେ ଉଦ୍ଧାର।

"ନିୟାମକ" ପୁରୁଷ ଏଠି ନାରୀ ନିର୍ଯ୍ୟାତିତା,

ନିଜତ୍ବ ହରାଏ ସଦା ସର୍ବଦା ବନିତା ।

ନିର୍ଲଜ୍ଜ ପୁରୁଷ ମନେ ପଶୁତ୍ୱ ସ୍ଵଭାଵ ,

ନିଃଶ୍ଚିହ୍ନକରି ଦେଖ ପୈଶାଚିକ ଭୋକ

ନିର୍ମଳ ହେବ ଧରା, ନାରୀ ସୁରକ୍ଷିତ,

ନିର୍ଭୟେ ଲଳନାଗଣ ହେବେ ଆତଯାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍