STORYMIRROR

Satyabati Swain

Others

3  

Satyabati Swain

Others

ନିର୍ବୋଧତା

ନିର୍ବୋଧତା

1 min
208

ମୁଁ ନିର୍ବାକ କିନ୍ତୁ ଅଧୀର

ତୁମ ଖୋଲାଖୋଲି

ସ୍ୱାର୍ଥପରତାକୁ ଦେଖି।


ମୁଁ ଜଡ ଓ ସ୍ଥବିର

ତୁମ ଉପେକ୍ଷା

ତଥା ବ୍ୟବହାରକୁ ଜାଣି।


ମୁଁ ଠକି ଯାଉଛି

ମୋ ଭାବପ୍ରବଣତା

ଆତ୍ମହତ୍ୟା କରନ୍ତି

ତୁମ ଏଣ୍ଡୁଅ ମନ ଦେଖି।


ବୋକା କେଡେ ନିବୋଧ ମୁଁ

ଗଡି ଯାଉଥିବା

ଭରା ନଈ ସୁଅକୁ

ଅଟକାଇବାକୁ ଚେଷ୍ଟା କରି।


ତୁମ ଚକ୍ରବ୍ୟୁହ ମଧ୍ୟରେ

ଅଭିମନ୍ୟୁ ହୋଇ

ଶେଷରେ ପ୍ରାଣର ଆହୁତି 

ଦେବାକୁ ପଡିଲା

କେବଳ ମୋ ନିର୍ବୋଧତା ପାଇଁ।


ଉପର ଦେଖି

ଭଳି ଗଲି

ଦେଖ କେମିତି ଶୋଚନୀୟ ଭାବେ

ପ୍ରତାରିତ ହେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍