ନିରବିତ ଆଶା
ନିରବିତ ଆଶା
ହେ ନିରବତା........
ତୁମେ କ୍ଳାନ୍ତ ମନର
ଶାନ୍ତ ରୂପା ବେହରଣେ
ଜହ୍ନର ଜୋଛନା ତଳେ
ସୁରଭିତ ସମୀରଣେ
ନିରାଶାରେ ଆଶାର ସନ୍ଧାନ......
ତଥାପି ଆବେଗ ସୃଷ୍ଟି ହୁଏ ମନେ
ଜାଣିବାକୁ ଅତଳ ରହସ୍ୟ
ମରୁବୁକେ ଅଵଗାହି
ବିଦୀର୍ଣ୍ଣ ବସନ୍ତ ବୁକେ
ତୁମେ ଅମୃତର ଆସ୍ୱାଦନ........
ବାରମ୍ଵାର ଫେରି ଯାଅ
କ୍ଳାନ୍ତ ହୀନ ହୋଇ
ଠିକ୍ ...
କ୍ଲାନ୍ତ ହୀନ ପଥିକଟେ ପରି,
ଲୀନ ହୋଇ ଯାଅ
ସାଗର ବକ୍ଷରେ
ଢେଉ ପରେ ଢେଉ ସାଜି
ବିଚିରେ ଫେନିଳ ତରଙ୍ଗ ହୋଇ......
ଜହ୍ନର ଜୋଛନାରେ
ନିରବରେ ଭିଜି ଯାଅ
ନିରବିତ ଆଶା ମଧ୍ୟେ
ଖୋଜୁଥାଏ ମନର ମଣିଷ
ପରୀ ରାଇଜର ରୂପ କଥା ହୋଇ......
ହେ ନିରବତା...........
ଛୁଇଁ ଯାଅ ହୃଦୟରୁ ହୃଦୟକୁ
ଅସାର ଆଶାର ସପନ,
ନିବିଡ ଆଶ୍ଲେଷେ ଜଡାଇ
ଅପୂର୍ବ ସେ ଅନୁଭଵ
ନିରବିତ ଆଶା ମଧ୍ୟେ
ଶୁନ୍ୟରେ ମିଳେଇ ଯାଅ
ନିର୍ବିକାରେ ହଜିଯିବା ପାଇଁ........
କେହି ବୁଝୁ ବା ନବୁଝୁ
ତୁମେ ତ ନିଶ୍ଚୟ ବୁଝିବ
ଆଖିର କଜ୍ଵଳରେ ମଧ୍ୟ
ଲେଖାଯାଇପାରେ ,
ଅସୁମାରୀ ନିରଵିତ ଆଶା
ଲୁହର ସ୍ୟାହିରେ
ଯାହା ଝରି ଯାଏ ତୁମ ପାଇଁ .........
ହେ ନିରବତା........
ଛୁଇଁ ଯାଅ ମତେ କ୍ଷଣିକ ପାଇଁ
ଅମୂଲ୍ୟ ସେ ଉପଲବ୍ଧି
ମଜ୍ଜିଯିବି ତୁମରି ସ୍ପର୍ଶରେ
ତୁମ ସାନ୍ନିଧ୍ୟରେ
ଭାଷା ନାହିଁ ତୁମ ପାଇଁ.......
କୁହ କେମିତି ବଞ୍ଚିବି ???
କେବଳ ତୁମ ସାହାରାରେ
ତୁମରି ଧ୍ୟାନରେ
ଜୀବନ ଯନ୍ତ୍ରଣାକୁ
ଭୁଲିଯିବା ପାଇଁ, ନିର୍ବିକାର ହୋଇ....
ଜୀବନ ଦର୍ଶନ ମଧ୍ୟରେ
ସ୍ମୃତି ସୌଧ ଗଢା ହୁଏ
ସୀମାରେଖା ନଥାଏ ଯାହାର
ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ଭଳି
ସ୍ୱପ୍ନ ସବୁ ଉପେକ୍ଷିତ, ପରାହତ ହୋଇ....