STORYMIRROR

Sunita Barik

Others

5.0  

Sunita Barik

Others

ନିରବ ଶ୍ଵାନ

ନିରବ ଶ୍ଵାନ

1 min
568


ଖଣ୍ଡେ ଶୁଖିଲା ରୁଟିର ମୂଲ୍ୟ

କେମିତି ବୁଝିବ ମାର୍ବଲର

ଚାକଚକ୍ୟରେ ରହୁଥିବା ମଣିଷ

ଭୋକିଲା ପେଟର ଦାଉ

ସେ କାହୁଁ ବୁଝିଵ ଯାହାର ନିତି

ପେଟ ପୁରେ ଖିରି ପୁରୀରେ

ଶୁଖିଲା ରୁଟିର କେତେ ଯେ

ମହତ୍ତ୍ଵ ସେହିଁ ଜାଣିଛି

ଯେ ଦୀର୍ଘଦିନ ପରେ ପେଟକୁ

ଦାନାଟେ ପାଇଛି

ଯେଉଁ ଠି ଶ୍ବାନ ବି ଶୁଏ

କୋମଳ ଶଯ୍ୟାରେ

ମଣିଷ ନିଜ ଅପେକ୍ଷା ବେଶୀ ଯତ୍ନ

ନିଏ ପାଳିତ ଶ୍ଵାନର

ତା ପାଇଁ ସାଇତି ରଖି ଥାଏ

ଦାମୀ ଖାଇବା ସବୁ

କାଳେ ତାର ସେବା ପାଇଁ ଖଞ୍ଜା

ହୋଇ ରହିଥାନ୍ତି ଚାକର ପୂଝାରୀ

ହେଲେ ବାହାରେ ବୁଲାବୁଲି କରି

ନିଜ ପାଇଁ ଦିନକର ଖାଦ୍ୟ

ଯୋଗାଡ଼ କରି ପାରୁ ନ ଥିବା

ସେ ଶ୍ବାନ କିଛି ଖାଇବା ଆଶାରେ

ଵଲଵଲ କରି ବିକଳ ହୋଇ

ଚାହିଁ ରହିଥାଏ ମଣିଷ ମୁହଁକୁ

ହେଲେ ପ୍ରତି ବଦଳରେ ମିଳେ

ତତଲା ତେଲ ଛଟା ତ କେବେ

ଢେଲାପଥର ର ବର୍ଷା

କି ବିଚିତ୍ର ମଣିଷ ସତେ !

ପଶୁ ବୋଲି କ'ଣ ବଞ୍ଚିବାର

ଅଧିକାର ନାହିଁ ତା'ର

ତମେ ତ ମାନବ ଶ୍ରେଷ୍ଠ

କିଛି ତ ଦୟା ରଖ ମନରେ

ଖାଦ୍ୟ ନହେଲେ ନାହିଁ ଟିକେ

ବିଶ୍ଵାସ ଆଉ ଆଶ୍ଵାସନା ତ ଦିଅ

କିଛି କହିବା ପାଇଁ ସିନା ପାଟି ଖୋଲେନି

କିନ୍ତୁ ସବୁ କିଛି ବୁଝି ପାରିବାର ହୃଦୟ ଟେ

ତ ଅଛି ଆମମାନଙ୍କର

ପଟେ ଶୁଖିଲା ରୁଟିରେ ବି

ଦିନ ରାତି ଜଗି ରହିଥିବୁ ତୁମକୁ

ଲାଙ୍ଗୁଳ ବାଡ଼େଇ ଘୂରି ବୁଲୁଥିବୁ

ତୁମ ଆଗ ପଛ

ସ୍ନେହର କେଇପଦ କଥାରେ

ଚୁ ଚୁ ଡାକିଦେଲେ

ଦ‌ଉଡି ଆସିବୁ ତୁମ ପାଖକୁ

ତୁମ ର ବିଶ୍ବସ୍ତ ସାଜି

ତୁମ ଘରେ ଅନଧିକାର ପ୍ରବେଶ

କରିବାର ଉଦ୍ୟମ କରିବୁନି କେଵେ

ଘର ଅଗଣାରେ ଜାଗାଟେ ନ ଦିଅ

ହେଲେ ଘର ବାହାରେ ତୁମ ଅପେକ୍ଷାରେ

ଜଗି ବସିବାର ନିର୍ଭର

ପ୍ରତିଶ୍ରୁତିଟେ ତ ଦିଅ.....


( ସୁନିତା ବାରିକ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍