STORYMIRROR

Alaka Dash

Others

3  

Alaka Dash

Others

ନିରବ ରାତ୍ରୀ

ନିରବ ରାତ୍ରୀ

1 min
159

"ଅନିନ୍ଦ୍ୟ ସୁନ୍ଦରୀ ଷୋଡ଼ଶୀ, 

ସ୍ୱପ୍ନର ଆକାଶରେ ଡେଣା ଝାଡି 

ଉଡ଼ିବୁଲୁଥାଏ ମନ 

ଝିନ ବସ୍ତ୍ର ଆଚ୍ଛାଦିତ 

କୋଟି ଲାବଣ୍ୟ ବତୀ 

ସରି ନୁହନ୍ତି ସ୍ୱର୍ଗର ଅପ୍ସରୀ 

ଭାଗ୍ୟ ର ବିଡମ୍ବନା 

କାଉଁରୀ ଦେଶର 

ସୁରମ୍ୟ ହର୍ମଶାଳାରେ 

ସେ ଆଜି ନର୍ତ୍ତକୀ 

ପାଦରେ ନୁପୁର ନିକ୍ୱଣ

ବାଂଛିତ ଵସ୍ତୁ ଆଜି 

ଦୂରେ ବହୁ ଦୂରେ 

ହୃଦୟର ବ୍ୟଥା ଚାପି 

ଦରଦୀ ସ୍ୱରରେ କରେ 

ସ୍ୱାଗତ କାମାନ୍ଧ ପୌରୁଷରେ, 

କ୍ଷତାକ୍ତ ବେଦନକ୍ତ. ମନ ଟି 

ବିଳପି ଉଠେ ଚକୋରୀ ପ୍ରାଣରେ 

ବେଦନାର ବୈଖରୀରେ, 

ବାଂଛିତ ଅବା ଅବାଂଛିତ 

ପ୍ରିତୀ ସୁଧା ବାଣ୍ଟି ନିରନ୍ତର 

ଶୂନ୍ୟ କରି ହୃଦୟମନ୍ଦିର 

ପୂର୍ଣ୍ଣ କରେ କାମନାର ପିପାସା 

କାମୁକ ମତାନ୍ଧ ନାୟକର, 

ପାହିଗଲେ ଅଭିଶପ୍ତ ରାତ୍ରୀ, 

ମଉଳା ଫୁଲରେ ଝରିଯାଏ 

ସ୍ୱପ୍ନର ଅଭିଷିକ୍ତ ନରମ ପାଖୁଡା 

ସିଂଗଧ ଜୋଛନା ଭିଜା 

ତନୁ କାନ୍ତି 

ଯନ୍ତ୍ରଣା ଯୁପ କାଷ୍ଠରେ 

ବାହୁନି ଉଠେ ବ୍ୟଥିତ ମର୍ମଟିଏ, 

ନିରବ ରାତ୍ରୀହିଁ ମୁକ ସାକ୍ଷୀ ପରି 

ଗୁମୁରି ଉଠେ ମଲାଜହ୍ନରେ ll"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍