STORYMIRROR

Prasanta kumar Hota

Others

3  

Prasanta kumar Hota

Others

ନିରବ ଝଡ

ନିରବ ଝଡ

1 min
178


ଯେତେ ଦୂର ଯାଏ ଦେଖି ପାରୁଥାଏ

ଦେଖୁଥାଏ ମୋର ଆଖି

ଭୁଲେ ନାହିଁ କେବେ ନଦୀ ବନ୍ଧ ତୋଟା 

ଅବା ମୋ ହଳଦୀମୁଖି


ଯେତେ ନଦୀନାଳ ଗାଆଁ ତୋଟାମାଳ

ଯେତେ ଅଛି ସବୁଜିମା

ହୃଦୟାନନ୍ଦରେ ଅତୀତ ପ୍ରାଣଟା 

ଭୁଲିଯାଏ ଭୂମି ଭୂମା । 


ଚଉଦିଗ ଥିଲା ସବୁଜ ସୁନ୍ଦର

ପ୍ରକୃତି ପ୍ରାଣକୁ ଧରି

ନିରବରେ ଝଡ ଆସିଗଲେ କେବେ 

ପ୍ରୀତି ଝରେ ପ୍ରୀତି ଝୁରି


ଗହନ ବନାନୀ ମନ ନିଏ ଟାଣି 

ସୃଷ୍ଟିର ଶୋଭାକୁ ପାଇ

ଭାବୁଥାଏ ମନେ ଥାଆନ୍ତା କି ପ୍ରୀତି 

ଭାସୁଥାନ୍ତି ଦୂରେ ଯାଇ। 


କୁସୁମିତ ଦ୍ଵାର କୈଶୋର କହ୍ଲାର 

କୁସୁମ ପରଶ ପାଇ

ଭୁଲି କି ପାରିବି ପ୍ରଥମ ପ୍ରୀତିକୁ

ନିରବ ଝଡରେ ରହି ।

 

ଗୋଧୂଳି ଆସର ରାତି ଉଜାଗର

ସବୁ ମନେପଡେ ଧିରେ

ଜୀବନ ସନ୍ଧ୍ୟାରେ ଖୋଜେ ହୃଦୟରେ 

ନିରବ ଝଡର ସୁରେ ।



Rate this content
Log in