ନିରବ ଝଡ
ନିରବ ଝଡ
ଯେତେ ଦୂର ଯାଏ ଦେଖି ପାରୁଥାଏ
ଦେଖୁଥାଏ ମୋର ଆଖି
ଭୁଲେ ନାହିଁ କେବେ ନଦୀ ବନ୍ଧ ତୋଟା
ଅବା ମୋ ହଳଦୀମୁଖି
ଯେତେ ନଦୀନାଳ ଗାଆଁ ତୋଟାମାଳ
ଯେତେ ଅଛି ସବୁଜିମା
ହୃଦୟାନନ୍ଦରେ ଅତୀତ ପ୍ରାଣଟା
ଭୁଲିଯାଏ ଭୂମି ଭୂମା ।
ଚଉଦିଗ ଥିଲା ସବୁଜ ସୁନ୍ଦର
ପ୍ରକୃତି ପ୍ରାଣକୁ ଧରି
ନିରବରେ ଝଡ ଆସିଗଲେ କେବେ
ପ୍ରୀତି ଝରେ ପ୍ରୀତି ଝୁରି
ଗହନ ବନାନୀ ମନ ନିଏ ଟାଣି
ସୃଷ୍ଟିର ଶୋଭାକୁ ପାଇ
ଭାବୁଥାଏ ମନେ ଥାଆନ୍ତା କି ପ୍ରୀତି
ଭାସୁଥାନ୍ତି ଦୂରେ ଯାଇ।
କୁସୁମିତ ଦ୍ଵାର କୈଶୋର କହ୍ଲାର
କୁସୁମ ପରଶ ପାଇ
ଭୁଲି କି ପାରିବି ପ୍ରଥମ ପ୍ରୀତିକୁ
ନିରବ ଝଡରେ ରହି ।
ଗୋଧୂଳି ଆସର ରାତି ଉଜାଗର
ସବୁ ମନେପଡେ ଧିରେ
ଜୀବନ ସନ୍ଧ୍ୟାରେ ଖୋଜେ ହୃଦୟରେ
ନିରବ ଝଡର ସୁରେ ।