STORYMIRROR

Sunita Barik

Others

3  

Sunita Barik

Others

ନିରଵ ଆଳାପ

ନିରଵ ଆଳାପ

1 min
282

ହଁ ନାହିଁ ର କସମାକସ ରେ

ବେଳେବେଳେ ଏମିତି ହୁଏନି

ମନ କିଛି କହିବାକୁ ଚାହୁଁ ଥିଲା ବେଳେ

ବିବେକ ଟା ବାଟ ଓଗାଳି ଠିଆ ହୋଇ ଯାଏ

ମନ ଆଉ ବିବେକ ଭିତରେ ଘମାଘୋଟ

ନୀରବ ଅଥଚ ଶୀତଳ ଯୁଦ୍ଧ

କିଛି ଦିନ ଚାଲି ରୁହେ ଅବଶ୍ୟ

ଉଭୟେ ନିଜର ଚିନ୍ତାକୁ ସଠିକ

ବୋଲି ପ୍ରମାଣିତ କରିବାର ପ୍ରଚେଷ୍ଟାରେ

ଜୀବନଟା ଦୋଦୁଲ୍ୟମାନ ପରିସ୍ଥିତିକୁ

ବାରମ୍ବାର ସାମ୍ନା କରି ଅଣନିଃଶ୍ଵାସୀ

କାହାର ସପକ୍ଷରେ ମତ ଦେବ

ଏକ ଅନିଶ୍ଚିତ ମତାମତ ସହ ଅହରହ ସଂଘର୍ଷ

କରୁଥିବା ବେଳେ ଦୁଇ ପାଦ ପଛକୁ ଫେରି ଯାଏ ଜୀବନ

କାହିଁକି ନା ତାକୁ ବେଶ ଜଣା

ଦୁହେଁ ଦୁହିଁଙ୍କ ସ୍ଥାନରେ ଠିକ୍

କିନ୍ତୁ ନିର୍ଣ୍ଣାୟକ ପରିଣାମଟା କାଳେ

ଭୁଲ ହୋଇଯିବ ସେହି ଭୟ

ଜୀବନ କୁ ବାରମ୍ବାର ଅଡ଼ୁଆ ସୂତା ପରି

ଗୁଡେ଼ଇ ଅସ୍ତବ୍ୟସ୍ତ କରିଚାଲି ଥାଏ

ଶେଷରେ ପରିଣତି ସ୍ବରୂପ ସେ ହାତ

ଟେକି ଦିଏ ପରମେଶ୍ବର ଙ୍କ ପାଖରେ

କାହିଁକି ନା ସିଏ ହିଁ ହେଉଛନ୍ତି

ଏକମାତ୍ର ବିକଳ୍ପ ଯାହାଙ୍କ ବିନା

ଅନୁମତି ରେ କ‌ଅଁଳ ଦୂବଠୁ ଆରମ୍ଭ କରି

ବିରାଟକାୟ ଗଛର ପତ୍ର ସୁଦ୍ଧା ହଲେନି

ହେ ସ୍ରଷ୍ଟା ଆପଣଙ୍କର ଦାନ ଏ ଜୀବନକୁ

ଉଚିତ ପଥ ପ୍ରଦର୍ଶନ କର

ଏବଂ ଜାଣ ଅଜଣାତରେ ମୋ ଦ୍ଵାରା

ହୋଇଥିବା ଭୁଲକୁ ସୁଧାରି ମୋତେ

ଦିବ୍ୟ ଚେତନାଭିମୁଖି କର

ଏତିକି ପ୍ରାର୍ଥନା ମୋର ସ୍ଵୀକାର କର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍