ନିମ୍ନଗାମି ଉପଚାର
ନିମ୍ନଗାମି ଉପଚାର
ନୀଚଗତି,ନିମ୍ନଗତି ରସାତଳଗାମି ହେବା ଉପଚାର
ଆରମ୍ଭ ହୋଇଛି ଜାତୀୟ ଜୀବନେ ଅଦ୍ଭୁତ ଚିତ୍ର ତାର ।।
ଏକି କର ତୁମେ ପରଅର୍ଣ୍ଣ ଭୋଜି ହେବାକୁ କି ଜନ୍ମ ମୋର
କାହିଁ ମୋର କର୍ମଭୂମି କାହିଁ ମୋର ସପନର ସୈାଦାଗର ।।
ଆଖି ପାଏନାହିଁ ପ୍ରତିଶୃତି ଶୁଣି,ଶୃତିପଥ ହୁଏ ବଧିର
ବିପଥେ ଯୁବକ ଯୁବତୀ ସଭିଏଁ ଯୁବଶକ୍ତି ନାରଖାର ।।
କୃଷକ,ଶ୍ରମିକ, ସୈନିକ,ଲେଖକ,କବି,ଆଉ କଳାକାର
କୋହ ଜର୍ଜରିତ ମୁଦ୍ରାରେ ସର୍ବେ ଆଖି ଲୁହ ଛଳଛଳ ।।
ଅକର୍ମଣ୍ୟ କରି ଦେଲ ଏ ଜାତି କୁ ମଧୁ ସଉରଭ ଶୋଷି
ବାସହୀନ ଫୁଲ ଫୁଟାଉଛ ତୁମେ ତ୍ରୀତଳ ପ୍ରାସାଦେ ବସି ।।
ସୁଜଳା,ସୁଫଳା ଶଶ୍ୟ ଶ୍ୟାମଳା କେଦାର ଗୋଚର ଭୂଇଁ
ଢାବା ହୋଟେଲରେ କୃଷକ ଭତା ରେ ଆସର ଚାଲିଛି ଭାଇ ।।
ବହି ବଦଳରେ ଥାଳି ନେଇ ସ୍କୁଲୁ ଯାଏ ପାଣୁ ପୁଅ ଶୁକୁଟା
ଧୂଆଁମୟ ସ୍କୁଲ ରୋଷେଇ ଚାଲିଛି ଫୁଟଣ ହେଉଛି ଫୁଟା ।।
ଶିକ୍ଷାୟତନର ପବିତ୍ର ବୈଭବ ଗୁରୁ ପୂଜ୍ୟପୁଜା ଛାତ୍ର
ସ୍ନେହବତ୍ସଳ ସେ ଗୁରୁ ଗୁରୁଜନେ କବଳ କଲାଣି ଦୈତ୍ୟ ।।
ରୁଣକରି କେତେ ଟଙ୍କା ବଣ୍ଟା ହେବ କାହିଁ ଭବିଷ୍ୟ ଯୋଜନା
କର୍ମ ସଂସ୍ଥାନେ ସପନ ଦେଖୁଛି ଫଳିବ ଆକାଶ କଇଆଁ ।।
ଧନ୍ୟ ଭତା ପ୍ରୀତି ଧନ୍ୟ ପ୍ରତିଶୃତି ଧନ୍ୟ ରେ ଶାସନ ଶାସକ
ଧନ୍ୟ ରେ ଶାସିତ ନିରିହ ସମାଜ, କହ କାହିଁ କହ ଆଲୋକ ।।
ବିର୍ଯ୍ୟହୀନ ସୂର୍ଯ୍ୟ ରସହୀନ ରସା ଜୋଛନା ବିହୀନ ଚାନ୍ଦ
କିକାର୍ଯ୍ୟେ ଏମିତି ରହିବେ ଏମାନେ ସଂହାସନେ ମୃତ ବତ୍ ।।
ମାଟି ମା' କୋହଭରା ଡାକ ଶୁଣ, ଯାଗିଉଠ ଯାଗିଉଠ
ସୁପ୍ତ ସମାଜ ଯାଗ୍ରତ ହୁଅ ନକର ରେ ଆଉ ମଠ ।।
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
