STORYMIRROR

MISHRA HRUSIKESH

Others

3  

MISHRA HRUSIKESH

Others

ନିଳଜହ୍ନ

ନିଳଜହ୍ନ

1 min
368


ନିଳକନ୍ଦରର ନିଳଜହ୍ନ ତୁମେ 

ନୀଳାଦ୍ରି ମଣ୍ଡପେ ବସି,

ନୀଳା କରୁଅଛ ନିଳାଦ୍ରୀ ବିହାରୀ

ମୁରୁକି ମୁରୁକି ହସି।


ସଙ୍ଗେ ବସିଛନ୍ତି ହଳଧର ପୁଣି

ମଝିରେ ହଳଦୀ ମୁହିଁ,

ଆହାଃ କି ସୁନ୍ଦର ସେ ବିଗ୍ରହ ପ୍ରଭୂ

ନିଅଇ ମନକୁ ମୋହି।


ପାପିଙ୍କୁ ନାସିଲ ତୁମେ ମହାପ୍ରଭୂ

ଦଶଅବତାର ନେଇ,

କିମ୍ପାଇ ସାଜିଛ ମଉନ ଗୋସାଇଁ

ଏ କଳି କାଳରେ ରହି।


କେତେ ରାକ୍ଷସ ଯେ ବିନାଶ ହୋଇଲେ

ଧର୍ମ ସଂସ୍ଥାପନ ପାଇଁ,

ଏ କଳି କାଳର "ମୁଁ" ରାକ୍ଷସ ଟା

ରହିଛି ଅମର ହୋଇ।


ଶୁଭେ ହାହା କାର ପ୍ରଭୂ ରକ୍ଷାକର

କର୍ଣ୍ଣେ ଗୁଞ୍ଜରିତ ହୁଏ,

କଳି ପ୍ରଭାବରେ ସେ ଶବ୍ଦ ସବୁକୁ

ସମୀର ବୁହାଇ ନିଏ।


ଆଉ କେତେଦିନ ନିରବେ ବସିବ

ଅଧଗଢା ହୋଇ ତୁମେ,

ଛତିଆ ର କଳା ଧଳା ଘୋଡା ଚଢି

ଆସ ପ୍ରଭୁ ମର୍ତ୍ୟ ଧାମେ।


ଧର୍ମ ସଂସ୍ଥାପନ କର ଜଗନ୍ନାଥ

ଅଧର୍ମ ବିନାଶ କରି,

ନୀଳ କନ୍ଦରର ନୀଳ ଜହ୍ନ ତୁମେ

ନାହିଁ କେହି ତୁମ ସରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍