Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

3  

Sanjya Tripathy

Others

ନିଖୋଜ ଗଣତନ୍ତ୍ର

ନିଖୋଜ ଗଣତନ୍ତ୍ର

1 min
245


ରାମରାଜ୍ୟର ରାଜରାସ୍ତାରେ

ମନୀଷା ବାଲ୍ମିକୀ ଗଣଧର୍ଷିତା ହେବା ବେଳେ

କେଉଁଠି ଥିଲା ଗଣତନ୍ତ୍ର ?

ଭୋକ ବିକଳରେ କଳାହାଣ୍ଡିରେ ସନ୍ତାନ ବିକ୍ରି ବେଳେ

ଧାନ ବିକି ନ ପାରି ମଣ୍ଡିରେ ଜୀବନ ଗଲାବେଳେ

ନିଜ ସ୍ତ୍ରୀର ଶବକୁ କାନ୍ଧେଇ ଦାନ ମାଝି ଗଲୁଥିଲା ବେଳେ

କ’ଣ ବା କରୁଥିଲା ଗଣତନ୍ତ୍ର ?

କରୋନା ମହାମାରୀ ବେଳେ ଲକଡାଉନରେ

ଶତ ସହସ୍ର ଘରେ ଚୂଲି ଅଜଳା ଥିବା ବେଳେ

କ୍ଷୁଧାର ସହରରେ ଦାରିଦ୍ର୍ୟ ବେକାରୀର ବାଜିମାତ୍ ବେଳେ

କେଉଁଠି ଥିଲା ଗଣତନ୍ତ୍ର ?

ପରିରଳନାଗତ ତୃଟିରୁ କରୋନାରେ

କୁଢ଼ କୁଢ଼ ମୁଣ୍ଡ ଗଲାବେଳେ

ଅସଂଖ୍ୟ କୋଭିଡ୍ ଯୋଦ୍ଧାଙ୍କ ପରଲୋକ ଗମନରେ

କ’ଣ କରୁଥିଲା ଗଣତନ୍ତ୍ର ?

ସୀମାରେ ଶତ୍ରର ଅନୁପ୍ରବେଶ ବେଳେ

ଅବା ଦେଶରେ ରକ୍ତର ହୋଲି ଖେଳିବା ବେଳେ

ସ୍ପଷ୍ଟ ଦିବାଲୋକରେ ଲୁଟ ତରାଜ, ଧର୍ଷଣ, ହତ୍ୟା ହେଉଥିବା ବେଳେ

କେଉଁଠି ଥିଲା ଗଣତନ୍ତ୍ର ?

ଗଣତନ୍ତ୍ର ଏବେ ଆତ୍ମଗୋପନ କରିଛି ବୁଢ଼ାରଜାର ଗର୍ଭଗହରରେ ।



Rate this content
Log in