STORYMIRROR

Mahesweta Panigrahi

Others

4  

Mahesweta Panigrahi

Others

ନିଜର ପର

ନିଜର ପର

1 min
265


ଉର୍ଦ୍ଧ୍ୱମୁଖରେ ଖର ନିଃଶ୍ୱାସ ତ୍ୟାଗି

ଭାବେ ଆପଣାର ଏଠି କିଏ 

ହାତ ପାପୁଲିରେ ମୁହଁ କୁ ଢାଙ୍କି

ତତଲା ଅଶ୍ରୁ ହିଁ ବହେ।


ଦୃଶ୍ୟମାନ ଯେତେ ସହଜ ଜୀବନ

ସେତେ କି ସତେ ଜଟିଳ 

କିଏ ସେ ଲେଖିଛି ଏହି ସମ୍ବିଧାନ

କରି କି ହେବ କୋହଳ।


ଅବ୍ୟକ୍ତ ଯନ୍ତ୍ରଣା ଅକୁହା ବେଦନା

ଅସଜଡା ଥାକ ପରି 

ଛୁଇଁ ଦେଲେ ଥରେ ସବୁତକ ଦୁଃଖ

ଗୋଟି ଗୋଟି ଯିବ ପଡ଼ି।


ଭୟଭୀତ ଏଠି ପ୍ରତିଟି ମୁହୂର୍ତ୍ତ

ପ୍ରବଞ୍ଚନା ଭରା ବେଶ 

ମିଛ ଆଶ୍ୱାସନା ଜୀବନ ଯାତନା

ଉପରକୁ ଖାଲି ହସ।


ଅତି ଆପଣାର ସମ୍ପର୍କ ର ଭାର

ଲାଗେ ଆଜି ଓଜନିଆ 

ସମ୍ପର୍କ ନାଁରେ ପ୍ରତାରଣା ମିଳେ

ଭୟଜାତ କରେ ନୂଆ।


କୁଟୁମ୍ବ ଟି ଥାଇ କୋଟିଏ ଭର୍ତ୍ସନା

ଲାଗେ କେଡେ ହୀନିମାନ 

କଲମ ଥାଇ ସେ କାଳି ଶୁଖିଗଲେ

କଲମର କି କାମ।


ସୁପ୍ତ ସିଂହ ମୁଁ ଯେ ଜାଗ୍ରତ କରନା

ଶୁଖିନାହିଁ ଦେହେ କ୍ଷତ 

ପରେ ନିନ୍ଦିବନି ସମ୍ପର୍କ ମାନିନି

ଦେଲି ମୁଁ କେତେ ଆହତ।


ବେଳ ଥାଉଥାଉ ତଉଲ ନିକିତି

ହେବ ସେ ତଳ ଉପର 

ଭିଡ଼ି ଧର କାତ ବୁଡିବ ନଚେତ

ଜାଣିବ ନିଜର ପର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍