STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ନିଜେ ପଢି ନିଜ ଚିଠି-ଦୁଇ

ନିଜେ ପଢି ନିଜ ଚିଠି-ଦୁଇ

1 min
382

ମୁଁ ପଢେ..! 

ନିଜ ରକ୍ତରେ ଲେଖାଥିବା 

ପହିଲି ଫଗୁଣ ବେନାମୀ ଚିଠି..!

ଅଙ୍କା ବଙ୍କା ରୁଧିରାକ୍ତ ଅକ୍ଷର ଭିତରେ 

ହସୁଥାନ୍ତି 

ମୋ ଆକାଶର ଅନାସକ୍ତ ଜହ୍ନ , 

ପ୍ରେମିକାଦତ୍ତ ଚିହ୍ନ ଆଉ ଅଭିମାନ କିଛି..! 


ଅନାଗତ ଅଭିଳାଷ ଆଉ ଅନେଶୋତ ଅବଶୋଷ..! 

ବେଦରଦି କୋହ ଆଉ ବାକି କିଛି ଲୁହ..!

ହଜାରେ ଶ୍ରାବଣ ଆଉ ରାତିଏ ଫଗୁଣ..! 


ଆଉ କିଛି ତା' ଭିତରେ ଅଲିଭା ସମ୍ପର୍କର 

ଅଳନ୍ଧୁ ଲଗା ଘର 

ଆଉ କାମଧେନୁ ମାଟିର ସେ 

କ୍ଷୀଣ ଆହାକାର..!!


ତା ଭିତରେ

ପାଖୁଡା ପାଖୁଡା ପ୍ରେମ 

ବିଞ୍ଚି ଦେଇଛି 

ମୋ ବେକାରୀପଣ..!


ମୋ ଅସହାୟ ଯୌବନକୁ 

ମନଭରି ଲୁଟିଛନ୍ତି

ତତଲା ନିଶ୍ୱାସ ,ଦଲକାଏ ବିଶ୍ୱାସ ,

କାଣିଚାଏ ଭରଷା ଆଉ ବାକି ଅବଶୋଶ..!


ଆଞ୍ଜୁଳାଏ ସ୍ୱେଦ , ବେଦନାକ୍ତ ଶବ୍ଦ, 

ଛାତିଭର୍ତ୍ତି କୋହ ଆଉ ଆଖିଏ ଦରଦ..!!


ଅଦରକାରୀ ବସ୍ତୁ ଭାବି ଫିଙ୍ଗିବା ଆଗରୁ

ମୁଁ ପୂନର୍ବାର ପଢେ..! 

ନିଜେ ପଢି ନିଜ ହାତଲେଖା ଚିଠି 

ତା ମାତାଲପଣରେ ମୁଁ ବିଭୋର ହୁଏ..!

ପୁନରାୟ 

ଅସଜଡା ସ୍ୱପ୍ନ କିଛି ନିଜହାତେ ଗଢେ..!!


ଆକାଶକୁ ଚାହେଁ ମୋର 

ତାରୁଣ୍ୟର ତାରକସୀ ଆଶା..! 

ପୁଣିଥରେ

କଅଁଳ ଖରା ଆଞ୍ଜୁଳେ 

ଡେଣାରେ ମୋ ମାଖି ସେ ନିହାଣ ସଜାଡେ..!!


ସେ ବାଦଲ ଭିଡରେ ଉଡେ..! 

ସେ ବିଜୁଳି ସଙ୍ଗତେ ଲଢେ..!

ବୋଧହୁଏ 

ଯୁଦ୍ଧ ଆଉ ସନ୍ଧିର ଅନ୍ତରାଳେ 

ମୋ ସ୍ୱପ୍ନ ଆଜି ଧିରେ ଧିରେ ବଢେ..!!


ସାଉଣ୍ଟେ 

ନିଜ ପାଖେ ନିଜର

ଆଶ୍ୱାସନା ଅମୃତମୟ ଧାରା..!

ଅଙ୍ଗୀକାରବଦ୍ଧତା ଶବ୍ଦଙ୍କ ଭିତରେ

ଜୀବନ ଆଉ ଯୌବନକୁ ଯୁଝିବାର ଲୋକକଳା..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍