STORYMIRROR

Sanjya Tripathy

Others

3  

Sanjya Tripathy

Others

ନୀଳତୃଷ୍ଣା

ନୀଳତୃଷ୍ଣା

1 min
227

ସ୍ଵପ୍ନର ଇଲାକାରେ ଦେଖାଦେଲେ

ମର୍ଯ୍ୟାଦା ପୁରୁଷୋତ୍ତମ ରାମ ।

ପଚାରିଲେ - ମୋ ରାଜ୍ୟରେ ଏ

ନୀଳତୃଷ୍ଣାର ପ୍ରାବଲ୍ୟ କାହିଁକି ?

କାହିଁକି ଏ ପରକୀୟା ପ୍ରୀତି

ସେକ୍ସ ଭିଡିଓ ଭାଇରାଲ

ଗଣଦୁଷ୍କର୍ମ ଧର୍ଷଣ

ଅନୈତିକ ଯୌନ ସଂପର୍କ ଓ ସ୍ୱାପିଙ୍ଗ ?

ପୁଣି ଦେବଭୂମି, ତପୋଭୂମିରେ ଏ ପ୍ରକାର

କୁକର୍ମ । ରୁଗଣ ମାନସିକତା କାହିଁକି ?

କାହିଁକି ମାଟିର କ୍ଷୁଧା ପରିବାରେ

ଯୁବପୀଢ଼ି ଆକର୍ଷିତ ହେଉଛନ୍ତି

ମାସର ଆମନ୍ତ୍ରଣରେ ?

ଯୁଗ ଯୁଗର ଅବଦମିତ ନୀଳତୃଷ୍ଣାରେ ?



Rate this content
Log in