ନୀଳତ୍ପୋଳା
ନୀଳତ୍ପୋଳା
ଭାବନାରେ ଭାସି ଭାସି
ଲାଗିଲି କୂଳରେ
ଆବର୍ତ୍ତ ଭଉଁରୀ ସବୁ
ଚକା ଚକା ଘୂରେ ।
ଆମଞ୍ଚି ଗୁଣକ୍ଷୋଭ
ତଡିତ ବେଗରେ
ନୀଳାର୍ଣ୍ଣବ କୂଳେ
ମିଳେ ମନର ତୀର ରେ ।
ନୟନ ସଜଳା
ମୁଁ " ନୀଳତ୍ପୋଳା "
ରୁରୁ ପରି ଝୁରୁଥାଏ
ଉଦରେ ଭରି କସ୍ତୁରୀ
ଅତନୁ କି ହେବ ସମ,
ଏ ନୀଳ ଆଭାରେ
ମନ ଆଭାରୀ।
ବାଢେ ପୁଷ୍ପ ଅଞ୍ଜଳୀ
ମୁଁ " ନୀଳତ୍ପୋଳା "
ଜାଗ୍ରତ ଅନନ୍ତ କାଳ
ତୁମଠାବେ
ଏ ଆତ୍ମନ
କାଳ କାଳ ବିତିଯାଏ
ମନ ନୁହେଁ ଆନମନ
ଆହେ ନୀଳ ନୀଳାଞନ
ମୁଁ ଧୂଳି ,ତୁମେ କାଞ୍ଚନ
ତବ ପାଦେ ମୁକ୍ତିଧାମ
ସହଜେ ମନ ଚପଳା
ମୁଁ " ନୀଳତ୍ପୋଳା "
ନୀଳକାନ୍ତ ତୁମେ
ଧରା ନିମନ୍ତେ ଅୟସ୍କାନ୍ତ
ଋଣୀ ଏ ପୃଥୀ
ଆହେ ନୀଳ ଅମ୍ବୁଜ
ତବ ଅଘ୍ରିଂ ଠାରେ
ଚିର ସମର୍ପିତ
ସ୍ଥିର ହେଉ ଆତ୍ମ ଲୟେ
ମୋ ସାରା ଜଗତ
ସହଜେ ଅବଳା
ମୁଁ " ନୀଳତ୍ପୋଳା "।