ନୀଳକଣ୍ଠ
ନୀଳକଣ୍ଠ
କରୋନା ପ୍ରକୋପ ଦିନୁ ଦିନୁ ବଢେ
କମିବାରେ ନାମ ନାହିଁ,
ମନ୍ଦିର ରେ ଅଛ ଅବା ଶ୍ମଶାନରେ
କୈଳାସେ ପଡିଛ ଶୋଇ ।
ପ୍ରଭୁ ନୀଳକଣ୍ଠ ନୀଳ ହେଲା କଣ୍ଠ
ପାନ କରିଥିଲ ବିଷ ,
ଏବେ କାହିଁ ପାଇଁ ନିର୍ଦ୍ଦେଶ ହେଉଛ
କରୋନା ନାଶୁଛି ବିଶ୍ଵ ।
ସାରା ବିଶ୍ବ ଆଜି ଶ୍ମଶାନ ମୁହଁକୁ
ହେଉ ଅଛି ଅଗ୍ରସର ,
ଆହେ ସତୀପତି ଓମ୍ କାର ଜ୍ୟୋତି
କିଛି ପ୍ରତିକାର କରିବା ।
ଏହି ସମୟରେ କିଛି ନକରିବେ
କରିବଟି ଆଉ କେବେ,
କରୋନା ଭୂତାଣୁ ନହୋଇଲେ ନାଶ
ଦୋଷ ଦେବେ ପ୍ରଭୁ ସର୍ବେ ।
ତୃତୀୟ ନୟନ ବାରେ ମାତ୍ର ଖୋଲ
ଅନଳ ବାହାର ହେଉ,
କରୋନା ଭୂତାଣୁ ସବୁ ଜଳିଯାଉ
ସାରା ବିଶ୍ବ ରକ୍ଷା ପାଉ ।