STORYMIRROR

Satyabati Swain

Others

3  

Satyabati Swain

Others

ନୀଳଜହ୍ନ

ନୀଳଜହ୍ନ

1 min
183

ନୀଳ ଜହ୍ନ ଆଗୋ ନୀଳ ଜହ୍ନ

ତୋତେ ଝୁରୁଅଛି ଏହି ମନ

ଚାଲୁ ଚାଲୁ ବାଟେ ଦେଖା ହୋଇଗଲା

କେତେ ଦୁଃଖସୁଖ ବଣ୍ଟା ବଣ୍ଟି ହେଲା

ଶ୍ରାବଣ ଖୋଜୁଛି ସେଇ ଫଗୁଣ।।


ଦଲକାଏ ଥିଲା ଚଗଲା ପବନ

ମଳୟେ ଯେମିତି ବାସେ ଚନ୍ଦନ

ହାତ ମୁଠାରୁ ସେ ଗଳି ପଡ଼ିଲା

କେତେ ଶୀଘ୍ର ସରିଗଲା ଭାବେ ଏମନ

ସ୍ମୃତି ହୋଇ କରେ ନିତି ଦହନ।।


ସମୟର ସେଇ ଉପହାର

ଥିଲା ବୋଧେ ନିହାତି ଦରକାର

ଭିନ୍ନ ସ୍ଵାଦ ସେଇ ମୁହୂର୍ତ୍ତର

ଅପାସୋରା ସେଇ ଅଭୁଲା ଦିନ

ରହିଗଲା ହୋଇ ଅଲିଭା ଚିହ୍ନ।।


କାର ମୁହଁ ଆଉ କାହାର କଥା

ମନେପଡେ କିଛି କିଛି ଭୁଲିଛି ମଥା

ସୂର୍ଯ୍ୟ ଘଡି ଷ୍ଟଡି ସେଣ୍ଟର ଚାଟ୍ ଖିଆ

ପରୀକ୍ଷା ହଲ ପିକ୍ ନିକ୍ ଯିବା

ହସ ଲାଗେ ଯେବେ ପଡ଼ଇ ମନ।।


ଶରୀର କଷ୍ଟଟା ସହି ହୁଅଇ

ମନର କଷ୍ଟ ତ ସହି ନୁହଁଇ

କଅଁଳ ଖରାର କଅଁଳ ଧାସ

ଜନମଟେ ପାଇଁ ନିହାତି ଖାସ୍

ଆଉ ବୋଧେ ଆସିବନି ଧାଇଁ ସେ ଗହଣ।।


ପୂରୁବୁ ସୂରୁଜ ପଶ୍ଚିମେ ଯାଏ

ଥକି ପଡେ ପାଦ ବୟସ ନଏଁ

ସରି ସରି ଆସେ ସଂସାରୁ ଖେଳା

ତେବେ କିଆଁ ହୃଦ ଆନମନା

ଛିଡ଼ୁ ନହିଁ ଜମା ଏଇ ହରଣ!!



Rate this content
Log in