STORYMIRROR

Upendra prasad Mahala

Others

4  

Upendra prasad Mahala

Others

ନୀଳ ଶୂନ୍ୟର ସଖୀ

ନୀଳ ଶୂନ୍ୟର ସଖୀ

2 mins
414

ବନ୍ଧୁର ଉପତ୍ୟକା ସେପାଖେ
କୁଞ୍ଚ କୁଞ୍ଚ ନୀଳ ପାହାଡ
ମାଟିରୁ ଅ।କାଶ ଯୋଡୁଥାଏ
ଚିତ୍ ହୋଇ ଶୋଇଥାଏ
ଚିରକାଳ, ଶୂନ୍ୟକୁ ଚାହିଁ ।
ଜାଣେ ସେ କାହାର ନୁହେଁ 
ଅନନ୍ତ ନୀଳ ଶୂନ୍ୟର ସଖୀ।

କିଏ କୁହେ ମୁକ୍ତିର ପଥ 
ଅ।ରୋହଣର ।
କୁହେ କିଏ ସ୍ୱର୍ଗକୁ ଖୋଲିଦିଏ ଦ୍ୱାର ।।

ଇଚ୍ଛା ହୁଏ ପଚାରନ୍ତି ଦୂର ପାହାଡକୁ
କାହିଁକି ଏତେ ସୁନ୍ଦର ଦିଶେ ଦୂରକୁ !!
ସଜେଇ ହୁଏ ଅଭିସାରିକା ପରି
ଅ।କାଶରୁ ତୋଳିଅ।ଣେ ନୀଳିମା
ଗୋଟାପଣେ ବୋଳିହୁଏ ।
ଗଭାରେ ଖୋସେ ବଣୁଅ। ଫୁଲ ।
ଚନ୍ଦନର ବାସ ଚହଟୁଥାଏ ।
ପାଗଳ କରେ କ୍ଳାନ୍ତ ପଥିକର ମନକୁ ।
ହାତ ଠାରି ଡାକେ ।
ଅ।ସ, ଅ।ସ ଦେଖିଯାଅ ନୀଳମାୟା,
ଅ।କାଶ, ମାଟି ଏକାକାର ।
ମୋଠାରେ ସରିଛି ଯାତ୍ରାପଥ...
ଅ।ରମ୍ଭ ନୂଅ। ଜୀବନର ।।

ୠତୁମାନେ ଏଠି ରଙ୍ଗ ବଦଳାନ୍ତି
ଶାଢି ପଣତରେ ଢାଙ୍କି ଦିଅନ୍ତି 
ତା' ଫୁଙ୍ଗୁଳା ଛାତି।
ନିରବରେ ଫେରିଯାଏ ସମୟ ।
କେବେ ହୁତହୁତ ଜଳେ ବନାଗ୍ନି
ପାଷାଣ ବୁକୁରେ, ଲିଚୁମାଳାର
ଭ୍ରମ ତୋଳେ ରାତି ।।
ଦଗ୍ଧ ଉପତ୍ୟକାରେ ଶୁଭେ 
ମୃତ୍ୟୁର ସଂଗୀତ । ୠତୁ ବଦଳିଲେ
ଶ୍ୱେତ, ଶ୍ୟାମଳ ମେଘ ଲଦିପଡେ 
ପାହାଡ ଛାତିରେ, କଇଁ କଇଁ କାନ୍ଦେ
ପାଷାଣ ଅ।ଖି ଜହକି ଉଠେ ଲୁହରେ।
ପୋଡା ଭୂଇଁକୁ ପୁଣି ଫେରେ 
କଅଁଳ ସବୁଜିମା ।।

ପିଲାଦିନେ ଡ୍ରଇଁ ଖାତାର ଛବିଳ
ପାହାଡ, ସୂର୍ଯାସ୍ତର ବେଳ
ମଧୁକ୍ଷରା ଝରଣା 
ତଥାପି ମନକୁ ଟାଣେ।
ମେଘଖରା ଛାଇ, ଜହ୍ନରାତି, କୁହୁଡି, 
ରାତିର ଶୀତଳତା ମୋହାଚ୍ଛନ୍ନ କରେ ।
ଧାଇଁ ଯାଏ ଅବୁଝା ପଣରେ 
ଦୂର ପାହାଡକୁ । ଚଢିଯିବି ଶୀର୍ଷଯାଏ
ଅ।ଙ୍ଗୁଳି ବଢାଇ ଛୁଇଁଦେବି
ଅ।କାଶର ଶୂନ୍ୟତାକୁ ।।

ପାରେନି । ଅ।ଗକୁ ପାଦ ବଢାଇଲେ
ଘୁଞ୍ଚି ଯାଉଥାଏ ପାହାଡ଼ ଦୂରକୁ ।
ପୁଣି ଫେରି ଅ।ସେ ପଛକୁପଛ ।।

ପିଲାଦିନୁ କାନ ଡେରି ଶୁଣିଛି
ପାହାଡର ଡାକ, ତା ମାୟାରେ
ମୋହିତ, ବିଦଗ୍ଧ ମୋ ପ୍ରାଣ ।
ଶ୍ରୀହୀନ ଉପତ୍ୟକାରେ ଅ।ଜି
ଅ।ଉ ଲୁଚିଯାଏନା
ନୀଳ ପାହାଡ଼ର ମୁହଁ
ଭସା ମେଘରେ ଦିଶେନା 
'ମାମୁ ଭଣଜା' ଦେଉଳ ।।

ଦେଖ ସଂକଳ୍ପ ନେଇ ଅ।ସିଛି
ଅ।ଜି, ବହୁଦିନୁ ପିଠିରେ ବୋହୁଥିବା 
ମିଛ ସ୍ୱପ୍ନର ବୋଝ, ତଣ୍ଟିରେ 
ଯେତେ ଅମେଣ୍ଟା ଶୋଷ,
ଦୁଖ ଓ ଅବସାଦକୁ ପୋତିଦେବି
ଦଗ୍ଧ ଉପତ୍ୟକାରେ । ଅ।ଗକୁ ବଢିବି
ଚଢିଯିବି ଅଗମ୍ୟ ପାହାଡ଼ ଶିଖର
ଖୋଜିଖୋଜି ମୁକ୍ତିର ବାଟ।।

ଚାଲିବାର ବାଟ ସହଜ ନୁହେଁ !
କଣ୍ଟାବଣରେ ବନ୍ଧୁର ଶିଳାଖଣ୍ଡ ଝୁଣ୍ଟି
ପାଦ ଓ ଦେହରୁ ଝରୁଛି ରକ୍ତ
ଛାଡିଯାଉଛି ରକ୍ତାଭ ଦାଗ
କପାଳରେ ପିନ୍ଧିଛି ରକ୍ତରେ
ଜୀବନ ସଂଗ୍ରାମର 
ବିଜୟ ତିଳକ !!
ଗାଇ ମୁଁ ଚାଲିଛି 
ଜୀବନ ସଙ୍ଗୀତ, 
ପଛରେ ଛାଡି ଅ।ସିଛି
ଅନେକ ଅପଢା କବିତା
ନୀଳ ଯନ୍ତ୍ରଣା, ହତାଶା 
ପଥଭୁଲା ମଣିଷଙ୍କ ଲାଗି ।

ଅ।ଉ ବେଶି ଦୂର ନୁହେଁ 
ମୋ ପ୍ରିୟ ସଖୀର ଗାଆଁ ।
ସରି ଅ।ସୁଛି ଅ।ରୋହଣ ପର୍ବ ।
ନୀଳ ପଡି ଅ।ସୁଛି ଅବଶ ଦେହହାତ ।
ମୁଁ ଏଠି ମୁଁ ନୁହେଁ
ପୁରୁଷ, ନାରୀ କି କ୍ଳୀବ ନୁହେଁ ।
ଅନନ୍ତ ଯୁଗରୁ ନିଦା ପଥରରେ 
ଲେଖା ଜୀବନର ଶୂନ୍ୟ ଗୀତା !!
ଜାଣେ, ପାଷାଣ ନିର୍ଜୀବ ନୁହେଁ, 
ରୂପାନ୍ତରିତ ଶିଳା ।
ଅଣୁ ଅଣୁରେ ଘୂରୁଛି ନଟୁ ପରି
ଅହରହ ଇଲୋକଟ୍ରୋନ ।
ଜୀବନ ବୀଜର ନୂଅ। ସମ୍ଭାବନା !!

ଶୂନ୍ୟକୁ ଦ୍ୱାର ଫିଟିଯିବା ବେଳେ
ଶୋଇଥିବି ପାହାଡୀ କନ୍ୟା କୋଳରେ
ହୁଏତ ମେଣ୍ଟିଯିବ ମୋ ଜୀବନର
ଅମେଣ୍ଟା ଶୋଷ 
ଅ।କାଶରୁ ନଇଁ ପଡିଥିବା
ମେଘଙ୍କ ଅ।ଖି ଲୁହରେ ।
କାନ୍ଦୁଥିବ ମେଘ, ଧୂସର ପାହାଡ଼ ।
ନୀଳ ସମୁଦ୍ରକୁ ବହି ଯାଉଥିବ...
ମୋ ଡ୍ରଇଁ ଖାତା ଭଳି ପାହାଡୀ
ଲ୍ୟାଣ୍ଡସ୍କେପରେ କଳନାଦିନୀ
ଝରଣାର ଛଳଛଳ ଜଳ 
ଗୀତ ଗାଇ ନୂଅ। ସକାଳର ।।
*****



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍