STORYMIRROR

Mahendra Kumar Swain

Others

4  

Mahendra Kumar Swain

Others

ନଈ

ନଈ

1 min
476

ଅଙ୍କା ବଙ୍କା ହୋଇ ପାହାଡ଼ କୁ ଚିରି

କେଉଁଠୁ ସେ ଆସିଥାଏ

ଝର ଝର ହୋଇ ପୃଥିବୀ ଉପରେ

ନଦୀ ରୂପ ପାଇଥାଏ 


ପାହାଡ଼ ଛାତିକୁ ଚିରି କରି ସିଏ

ଆଗକୁ ତ ବଢିଥାଏ

କେତେ ଯେ ପାହାଡ଼ କେତେ ଭୂଇଁ ଡେଇଁ

ଆଗକୁ ସେ ଯାଇଥାଏ 


ଭରି ରଖିଥାଏ ଛାତିରେ ତା ଜଳ

ସମସ୍ତଙ୍କୁ ଦେଇଥାଏ

କେତେ ଜୀବଙ୍କର ଜୀବନରେଖା ସେ

ନଦୀ ପୁଣି ହୋଇଥାଏ 


ବହି ଚାଲିଥାଏ ଖରା ବର୍ଷା ଶୀତ 

ଜଳ କୁ ଦିଏ ସେ ବିଞ୍ଚି

ଜଳ ନୁହେଁ ଅବା ଜୀବନ ରୂପେ ସେ

ଯାଉଥାଏ ସିଏ ସିଞ୍ଚି 


ଛୋଟ ଛୋଟ ସିଏ ଝରଣା ସାଥିରେ

ମିଶି କରି ବଡ଼ ହୁଏ

ସମୁଦ୍ର ସହିତ ମିଶିବା ପାଇଁ କି

ତଳକୁ ସେ ବହିଯାଏ


ହସି ହସି କରି ବହି ଯାଉଥାଏ 

କେତେ ଜୀବଙ୍କୁ ସେ ଧରି

ତାହାରି ଭିତରେ କେତେ ଯିବ ଥାନ୍ତି

ଜଳ ରେ ଯେ ଘର କରି 


କେବେ ଆଣିପାରେ ବନ୍ୟାର ଦାରୁଣ

କେବେ ଯେ ମରୁଡି ଦୁଃଖ

କେବେ ଭରିଦିଏ ଚାଷୀ ର ମୁହଁ ରେ

ଭରିଦିଏ ସିଏ ସୁଖ 


ମାଗେ ନାହିଁ କେବେ ପ୍ରତିଦାନ ସିଏ

ଜୀବନ ତ ଦେଉଥାଏ

ନଦୀ ଠାରୁ ବୋଧେ ଅମୂଲ୍ୟ ସମ୍ପଦ

ଆଉ ଯେ କିଛି ନଥାଏ 


ଶିଖାଏ ସିଏ ଯେ ସଂଘର୍ଷର ବାଟ 

ହାରି କେବେ ଯାଅ ନାହିଁ

ବାଟରେ ଆସୁ ଯେ ପାହାଡ଼ ପର୍ବତ

ଡରି କେବେ ଯାଅ ନାହିଁ 


ସଂଘର୍ଷ ଯେ କର ଚିରିଦିଅ ଛାତି

ବାଟ ଯେ ତିଆରି କର

ହସି ହସି କରି ଜୀବନକୁ ବଞ୍ଚ

ଦୁଃଖ ଯେ ହୋଇବ ଦୂର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍