STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ନଈ ସେପାରି ଦୁଇ

ନଈ ସେପାରି ଦୁଇ

1 min
202


ଜହ୍ନ ଜଳେ 

ମନ ତଳେ

ଧୂମାଭ ପ୍ରହରେ  

ଘାଟ ପରେ

ନଈ ଧାରେ 

ଭିଜି ବଂଶୀ ସ୍ୱରେ..!!


ନଈ ପାରେ

ମହୀଧର 

ପିନ୍ଧିଣ ମୁକୁଟ

ସ୍ୱରଚିତ 

ପ୍ରହେଳିକା

ମେଲିଛି କବାଟ..!!


ଦୂର ଦେଶ 

ଶିଳାପଦ୍ମ 

ଟଗର ତରାଟ

କର୍ଦ୍ଦମାକ୍ତ 

ଅଭିଳାଷ 

ଚିତ୍କାରେ କୁହାଟ..!!


ନଇଁଲାଣି

ଯଉବନ 

ଉଛୁର ନାଉରୀ 

ନିଶାସକ୍ତ 

ବ୍ୟଥା ନେଇ

ଯିବାକୁ ସେପାରି..!!


ହାତ ମୋର

ଟାଣେ ହାଟ 

ଘାଟରେ ହୃଦୟ 

ବାଟ ଅଛି

ବହୁ ଦୂର 

ଘଟ ସାରା ଭୟ..!!


ବାକି ମାନେ

ଆଖି ଠାରି 

ପ୍ରଣୟ ରଚନ୍ତି 

ଫୁଲେ ଫୁଲ

ଆଲିଙ୍ଗନେ

ଫଗୁଣ ଝୁଲନ୍ତି..!!


ବେଳୁବେଳ 

ନଈ କୂଳ

ହୋଇ ଆନମନା 

ଜହ୍ନ ଦେହେ

ଜାଳୁଥାନ୍ତି 

ଅବ୍ୟକ୍ତ ବେଦନା..!! 


ନାଉରୀଆ

ବୋଲେ ଗୀତ 

ସୁମଧୁର ତାନେ 

ବିହଙ୍ଗାଦି  

ସୁନା ପର

ଝାରନ୍ତି ଦହନେ..!!


କେ' ବୁଝିବ 

ନଈ ଦୁଃଖ 

ନାଆ ନାଉରୀର

ନାହିଁ ପ୍ରୀତି

କୂଳ ପାଶେ

ସେ ପାଖେ ନଜର..!!

 

ଆର ପାର୍ଶ୍ୱେ

ସ୍ତବ୍ଧ ସ୍ୱପ୍ନ 

ଘୁଙ୍ଗୁର ଶବଦ 

ଏ ପାଖରେ 

ମରୁ ବାଲି 

ଶ୍ରାବଣ ବଉଦ..!! 


ତନ୍ଦ୍ରାଚ୍ଛନ୍ନ 

ଉପବନେ

ଅପ୍ସରୀ ସୁନ୍ଦରୀ

ମେଘମାଳା 

ଦେଖି ଯେହ୍ନେ 

ନର୍ତ୍ତକେ ମୟୂରୀ..!!


ସେପାରିର 

ମୋହ ଘାରେ

ତାଳୁରୁ ତଳିପା 

ଗୋ-ଧୂଳି 

ପିରତି ଲଗ୍ନ 

ସ୍ମୃତି ଅପରୂପା..!! 


ଦେହ ଦାହ

ଫେଣ୍ଟା ଫେଣ୍ଟି 

କୃଷ୍ଣ କବରୀର

ମନ ମାନ 

ରାଗ ଛନ୍ଦେ 

ନିରବ ଶରୀର..!!


ଅଳ୍ପାୟୁଷ 

ସ୍ୱପ୍ନ ଯେତେ

ଉଡନ୍ତି ଗଗନେ

ଅନ୍ଧକାରେ

ପତଙ୍ଗାଦି

ଅନଳେ ଯେଶନେ..!! 


ଶେଷ ଡାକ

ନାଉରୀଆ

ହେଲାଣି ଅବଶ

ନଈ କୂଳେ

ମେଣ୍ଟିବକି

ଶେଷ ଅବଶୋଶ..!! 


ଅବା ଆଜି

ନଦୀ ଗର୍ଭେ

ସ୍ୱପ୍ନ ଦେବ ବୁଡ 

ବାସ୍ତବତା 

ସପ୍ତରଙ୍ଗ 

ଭାଙ୍ଗିବ ପହଡ..!!


ତୁଟିଯିବ

ଏ ପାରିର

ଶେଷ ଶବ୍ଦ ମୋହ

ଅଫୁରନ୍ତ 

ତୃପ୍ତି ଦେବ

ଘାଟ'ର ବିରହ..!!



 


साहित्याला गुण द्या
लॉग इन