STORYMIRROR

DR PRASANTA KUMAR BISWAL

Others

4  

DR PRASANTA KUMAR BISWAL

Others

ନିଦାପଥର

ନିଦାପଥର

1 min
222

ଆଜି କିନ୍ତୁ ସ୍ୱପ୍ନ ହଜେ 

ୟସ"ର ଅଣଚାଷ ପବନ ତଳେ,

ଦୌଡନ୍ତି ସବୁ ବାତ୍ୟା ଆଶ୍ରୟସ୍ଥଳୀକୁ 

ଜୀବନ ବିକଳେ,

ହିଡ,ହାଡ,ବନ୍ଧ ବାଡ,

ଗାଈ ଘୋଡା,ବୁଢା ହଡା,

ସବୁ ଏକାକାର ରୁଦ୍ଧ ଦ୍ୱାରରେ,

ଜାଣନ୍ତି କବଳିତ ହେବେ କରୋନା କବଳେ,

ତଥାପି ଟିକେ ଜୀବନ ପାଇଁ ଅଣନିଃଶ୍ୱାସୀ

ଗୋଟିଏ ଛାତ ତଳେ।

କେତେ ବା ସହିବ,

ଜୀବନ ସହ ଯୁଝିବ ଏ ମଣିଷ ।

ବିଶ୍ୱାସର ବନ୍ଧ ଭାଙ୍ଗିଛି,

ଈଶ୍ୱରଙ୍କ ଉପରେ ଆସ୍ଥା କମିଛି,

ସମୟର ଅବନ୍ଦ ଗତିରେ ତାଳଦେଇଛି,

ସେ ଆଜି ବୁଝିଛି ,

ଜୀବନର ମାନେ ମୁଠାଏ ପାଉଁଷ।

ତୋତେ ଭରସି ଜଗନ୍ନାଥ 

ବଡ କଲବଲ ଏ ମଣିଷ ।

ଯାହା ହେବାର ଅଛି

 ଅବଶ୍ୟ ଘଟିବ,

ତାହେଲେ ମନ,ହୃଦୟକୁ

ତୋ ଚରଣେ କାହିଁକି ନିଗାଡିବ।

କିଏ କହେ ତୁ ଚଳନ୍ତି ଠାକୁର?

ପୁଣି ଦୀନବନ୍ଧୁ ଦୁଃଖି ଜନର?

ମୋତେ ତ ଲାଗୁଛି 

ତୁ ଗୋଟେ ନିଦାପଥର

ନୋହିଲେ---

ମହାମାରୀ ସହ ବ୍ଲାକ୍ ଫଙ୍ଗସ,

ପୁଣି ପ୍ରକୋପ ବାତ୍ୟାର,

ଏତେ ଆକୁଳ ନିବେଦନ,

ଯେତେ ଭଜନ ଜଣାଣ, 

ବିକଳ ଗୁହାରୀ ପରେ ବି,

କଳ୍ମଷ ଆଜି କାୟା ମେଲିଛି ବଡଦାଣ୍ଡରେ

ନିରବେ ବସି ଦେଖୁଛୁ ସିଂହାସନ ଉପରେ।

କାହିଁଗଲା ତୋର କଳାଧଳା ଘୋଡା,

ରଖିଥିଲୁ ମାନ ଯେଉଁ ଗଜପତିର,

ମୁଦ୍ରିକା ଦେଇ ବଡପଣ ରଖିଲୁ ଗଉଡୁଣିର,

ଦୁଃଖ ସହି ନପାରି ଦୁଃଖ ନିବାରିଲୁ   ବନ୍ଧୁ ମହାନ୍ତିର,

ଲାଗୁଛି ଏ ସବୁ ଆତ୍ମ ବିଜ୍ଞାପନ ତୋର,

ଭୁଞ୍ଜିବୁ ବୋଲି ଷାଠିଏ ପଉଟି

ଭୟ ସଂଚାରୁ ଭକ୍ତ ମନର।

ସଂଶୟ ଲାଗୁଛି ଭାରି ତୋ ଲୀଳାର,

ଶ୍ରୀହୀନ ହେଉଛି ତୋ ସୁନା ସଂସାର

ଉଜୁଡି ଯାଉଛି ତୋର ସର୍ଜନା,

ନିରବୀ ଯାଉଛି ପ୍ରାଣର ମୂର୍ଚ୍ଛନା,

ତଥାପି କାହିଁକି ବଧିର, "ହେ ନିଦା ପଥର"

ହେ ପ୍ରାଣର ଠାକୁର,

ସମ୍ଭାଳି ପାରିଲିନି ଆବେଗ ଭାବର,

ତାର ଅବା ମାର

ଶରଣ ପଶିଲା ଏ ମୂଢ, ଚରଣେ ତୋହର ।।  ।  ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍