Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4  

Sadananda Sahoo

Others

ନିଦାଘ

ନିଦାଘ

1 min
208




ନିଦାଘ ଦାରୁଣ ନିଦାଘ କାରୁଣ୍ୟ

  ସୃଷ୍ଟିର ଜଟିଳ ଅଙ୍କ , 

ଋତୁଚକ୍ର କ୍ରମେ ଆସେ ରୌଦ୍ରତାପେ

   ପ୍ରଚଣ୍ଡ ତା' ବିଶେଷାଙ୍କ ! ! 


ମହାମାନ୍ୟ ସୂର୍ଯ୍ୟ ମୂଳସୁତ୍ର ଧର 

  ନିଦାଘ ତା'   ପରିଚୟ , 

ଧରିତ୍ରୀ ବକ୍ଷରେ ବିନା ସଂକୋଚ ରେ 

   ଢାଳେ ତା'ବହ୍ନି ଆଗ୍ନେୟ ୲ ୲ 


ଉତ୍ତପ୍ତ ବିକ୍ଷିପ୍ତ ତୀର୍ଯ୍ୟକ କିରଣ 

   ସର୍ବ ସ୍ଥାନେ ତାପ କୋପ, 

ସହି ହୁଏନାହିଁ କହି ହୁଏ ନାହିଁ 

    ସତେକି ଏ' ଅଭିଶାପ ! ! 


ହେଲେବି ନିଷ୍ଠୁର ରୌଦ୍ରର ନିଦାଘ

    ମଙ୍ଗଳ ବିଧାନ ମାତେ 

ଜଳ ଚକ୍ରେ ବକ୍ରେ ବରଷା ଭିଆଏ 

    ଅକୁଣ୍ଠିତ ଚିତ୍ତେ ସତେ  ! !


ଷଡଋତୁ ମଧ୍ୟେ ପ୍ରଚଣ୍ଡ ଉତ୍ତପ୍ତ 

   ଗ୍ରୀଷ୍ମ ଉଷ୍ମ କୋଳାହଳ , 

ଦୁଃଖ ପରେ ସୁଖ ଆସେ ନିରନ୍ତର 

   ନିଦାଘ ହୁଏ ଦୁଃର୍ବଳ ! ! 


ଧରିତ୍ରୀର ଶୋଭା ଲାଗେ ମନ ଲୋଭା 

    ନିଦାଘର  ସମର୍ପଣ 

ବରଷା ସହିତ ସମ୍ପର୍କେ ସଂଶ୍ଳିଷ୍ଠ 

   ଅଶୁଝା ଏ' ମହାଋଣ ! ! 


ଧରିତ୍ରୀ ସୁମୈତ୍ରୀ ଋତୁ ଚକ୍ରେ ଜାଣି 

   ବିଭାବନା ତା'ର ଛବି 

ସର୍ବକାଳେ ହସେ ଯୋଗସୂତ୍ରେ ଭାସେ 

   ରୌଦ୍ରତାପେ ଅନୁଭବି ! ! 


ହେ' ଦାରୁଣ ନିଦାଘ ଦେ'ନାହିଁ କଷ୍ଟ 

  ମର୍ତ୍ତ୍ୟବାସୀ ଯିବେ ହଜି 

ପ୍ରକୋପେ ବିକୋପେ ସର୍ବେ ଅତିଷ୍ଠ ରେ 

   ଢାଳିଦେ ଶୀତଳ ପୁଞ୍ଜି ! ! 

    

୲ ୲ ୲ ୲ ୲ ୲ ୲ ୲ ୲ ୲ ୲ ୲ ୲ ୲ ! ୲ ୲ ୲ ୲ ୲ ୲ ୲ ୲ ୲ 

ସଦାନନ୍ଦ ସାହୁ , (କାରା କର୍ମଚାରୀ )

ଧୁରୁଷିଆ , ଆଠଗଡ , କଟକ ! !


Rate this content
Log in