ନିବେଦନ
ନିବେଦନ
ହେ ଦାରୁଦେବତା ଦାରୁମୂଳେ ରହି
ଖାଉଛ ସିନ୍ଧୁପବନ
ଅଚିନ୍ତା ନିଦ୍ରାରେ ଶୋଇ ରହିଲକି
ଶୁଭୁନାହିଁ କି କ୍ରନ୍ଦନ ॥
ମାଆଠାରୁ ପୁଅ ଯାଉଛି ଦୂରେଇ
ସ୍ତ୍ରୀ କାନ୍ଦେ ହରାଇ ସ୍ୱାମୀ
ନୟନ ଲୋତକେ ଭାସୁଛି ଦୁନିଆ
ଦେଖନାହିଁ ଅର୍ନ୍ତଯ୍ୟାମୀ ॥
ପୁଅପାଏ ନାହିଁ ପିତାମାତା ଶବ
ଭାଇଦିଏ ନାହିଁ କାନ୍ଧ
ସଂସାର ହାଟରେ ଏ କି ବିଚିତ୍ରତା
ଚକିତ ମୁଁ ଆଦିକନ୍ଦ ॥
ଜ୍ଞାତି କୁଟୁମ୍ବ ତ ଦିଏ ମୁହଁ ମୋଡି
ଦେଖି ନଦେଖିବା ଭାବ
ନିରାଶା ମଧ୍ୟରେ ଆଶାର ଆଲୋକ
କେବେ ଖେଳିବ କେଶବ ॥
ଧ୍ରୂବ ପ୍ରହଲ୍ଲାଦ ମାନ ରକ୍ଷା କରି
ଯାଜ୍ଞସେନୀ ଦୁଃଖହାରୀ
ତୋ ରଙ୍ଗାଚରଣେ ନିବେଦନ ମୋର
ବିପଦ ନାଶ ମୁରାରୀ ॥