STORYMIRROR

Nihar Ranjan Acharya

Others

4  

Nihar Ranjan Acharya

Others

ନିବେଦନ

ନିବେଦନ

1 min
253

ଜାଣି ପାରିଲିନି କେବେ ଓ କେମିତି 

ଫେରି ଆସିଲି ଅତୀତ ସ୍ମୃତିକୁ, 

ଅନେକ ଯନ୍ତ୍ରଣା ହୃଦ ବିଦାରିଲା 

ଦେଖି ଅଧୁନା କାଳର ପ୍ରୀତିକୁ।


ସବୁ ଚିହ୍ନା ମୁହଁ ଅଚି଼ହ୍ନା ଲାଗଇ 

ପରଖେ ନିରୀକ୍ଷି ନିଜ ପରକୁ, 

ହାତ ଛାଡ଼ି ମୋର ଚଳନ୍ତି ସଭିଏଁ 

ଆଜି ଅସଲି କରମ ବେଳକୁ।


କେତେ ଭଲ ଥିଲା ମୋର ପିଲା ଦିନ 

ଭୁଲି ପାରୁନି ସେହି ଅତୀତକୁ,

ସାଙ୍ଗ ସାଥି ଖେଳ ସ୍କୁଲ ଯିବା ବେଳ 

ନିଜ ଇଛାଧୀନ ରାଜ ପଣକୁ।


ଡର ଲାଗେ ଏଠି ନୀତି କାନ୍ତି ଦେଖି 

ଏକା ଏକା ଯେ ବାଟୋଇ ହେବାକୁ, 

କିଏ ସାତ ପର କିଏ ବା ନିଜର 

ଭୁଲ ହୁଏ ମଣିଷ ଚିହ୍ନିବାକୁ।


ଆପଣା ରକତ ଭରିଦିଏ ବିଷ 

ବିଶ୍ବାସ କରିବି କୁହ କାହାକୁ, 

ଦରଦୀ ଆସଇ ମଲମ ଲଗାଇ 

ଡେରୁଥାଏ ମୋର ମନୋବଳକୁ।


ଆହେ ଚକ୍ରଧାରି କର ମୋତେ ପାରି 

ଡରେ ମିଛ ମାୟାର ସଂସାରକୁ, 

ଅଧମ ନୀହାରେ ଦିଅ ଆଶୀର୍ବାଦ 

ଭୁଲ ନହେଉ କା'ରେ ଚିହ୍ନିବାକୁ।


ତୁମ ରୂପ ଧ୍ଯାଇ ତୁମ ନାମ ଜପି 

ଲଭୁଥାଏ ତବ ପାଦପଦ୍ମକୁ, 

ଲୋଭ-ମୋହ-ମାୟା ନଲାଗୁ ପରାଣେ 

ଆବୋରି ନିଅ ହେ ମୋତେ କୋଳକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍