ନିଆଁ
ନିଆଁ
ଜଙ୍ଗଳରେ ନିଆଁ ଲାଗିଲେ ହୁତ୍ ହୁତ୍ ହୋଇ ଜଳି ଉଠେ
ଗଛ ,ପତର,ଫଳ, ଫୁଲ ସବୁକିଛି
ଅଗ୍ନି ମାଡିଚାଲେ ଆଗକୁ ଆଗକୁ
ଆଦ୍ୟ ଯୌବନରେ ସ୍ବପ୍ନର ସମ୍ଭାର ନେଇ
ଛନଛନ କରୁଥିବା ବୃକ୍ଷକୁ ବି ଛାଡେନା
ଜାଳି ଦିଏ ଅତୀତ ଭବିଷ୍ୟତ ଆଉ ବର୍ତ୍ତମାନ
ଖେଳି ଯାଏ ଚର୍ତୁଦିଗେ ବାର୍ତ୍ତା
ଅଗ୍ନି ପ୍ରଶମନ ପାଇଁ ଯୋଜନା ଚାଲେ
ହେଲେ ବି ମିଳେ ଶେଷେ ମୃତ ଜୀବଜନ୍ତୁ ଓ ପୋଡ଼ା ଅଙ୍ଗାର
ହେଲେ,
ଜୀବନ ମୃତ୍ୟୁକୁ ଏଠି କେହି ଦେଖନ୍ତି ନି
ହୃଦୟକୁ ଦଗ୍ଧକରେ ତିଳ ତିଳ କରି
ଜ୍ବାଳାକୁ ଦେଖି ହୁଏନି କି ଦେଖାଇ ହୁଏନି
କେବଳ ମରିବାକୁ ହୁଏ ବାରଂବାର ଦଗ୍ଧ ଯନ୍ତ୍ରଣା ରେ
ଏଠି ଅଙ୍ଗାର କି ମୃତ ଶରୀର ମିଲେନା
ରହିଯାଏ ଅର୍ଦ୍ଧଦଗ୍ଧ ଶରୀର
ଦରପୋଡା ଦେହ କେତେ ଯେ ଯନ୍ତ୍ରଣା ଦାୟକ ସିଏ ହିଁ କହିପାରିବ
ଯିଏ ଅନୁଭବୀ , ଅଙ୍ଗେ ନିଭାଇଛି
ସବୁ ନିଆଁ ପାଣି ରେ ଲିଭେନି
ଲୋଡାପଡେ ଅଗ୍ନି ନିର୍ବିପକଟିଏ
ନଚେତ୍ ନିଆଁ ହୁତୁହୁତୁ ହେବ ସିନା
ଲିଭିବାର ନାଁ ଧରିବ ନାହିଁ
ମନ ପାଇଁ ଲୋଡା ମନଟିଏ
ହୃତକମ୍ପନକୁ ବୁଣିପାରୁଥିବା ହୃଦୟଟିଏ
ମନ ଶାନ୍ତେ ପ୍ରଶମିତ ହେବ ସମସ୍ତ ଯନ୍ତ୍ରଣା
ଲୁଚିକରି ଅଗ୍ନି ନିର୍ବାପକ ମନର ଅଗୋଚର ଇଲାକାରେ ।
